୧୫ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକଙ୍କୁ ୨୦ ବର୍ଷ କଠୋର କାରାଦଣ୍ଡ ଶୁଣାଇଲେ କୋର୍ଟ

କୋରାପୁଟ, ନଭେମ୍ବର ୧୨ : ୧୫ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୟପୁର ସ୍ପେଶାଲ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଦ୍ୱାରା ଜଣେ ୨୩ ବର୍ଷ ବୟସ୍କ ଯୁବକଙ୍କୁ ୨୦ ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୋଷୀ ବିପିନ୍ ସୁନା ବୋଲି ଜଣା ପଡିଛି ଏବଂ କୋର୍ଟ ତାଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି। ଜରିମାନା ଆଦାୟରେ ବିଫଳ ହେବାପରେ ସୁନାଙ୍କୁ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଏହାର ଆଦେଶରେ କହିଛନ୍ତି। ଏଥିସହ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ଫାଷ୍ଟ ଟ୍ରାକ୍ ପୋକସୋ କୋର୍ଟର ବିଚାରପତି ପ୍ରଦିପ କୁମାର ସସମାଲ ୭ ଜଣ ସାକ୍ଷୀଙ୍କ ଜମା ଶୁଣିବା ପରେ ଏହି ରାୟ ଶୁଣାଇଛନ୍ତି। 

gpkandhamal

ମାମଲା ଅନୁଯାୟୀ, ଫେବୃଆରୀ ୧୦, ୨୦୧୯ ରେ କୋରାପୁଟ ଟାଉନ ଥାନା ଅନ୍ତର୍ଗତ ବାଦଲିଗଡାର ଦୋଷୀ ସୁନା ଏକ ପୋଷାକ କିଣିବାକୁ କୋରାପୁଟ ଯାଉଥିବାବେଳେ ସୁକିଆ ଡଙ୍ଗର ପାହାଡରେ ଜଣେ ୧୫ ବର୍ଷର ନାବାଳିକାକୁ ବଳାତ୍କାର କରିଥିଲେ। ଏହା ପରେ ପିଡିତା ତାଙ୍କ ପିତାମାତାଙ୍କୁ ତାଙ୍କ ଏହି ଖବର ପ୍ରକାଶ କରିବା ପରେ ସେମାନେ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୋରାପୁଟ ଟାଉନ ପୋଲିସ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Umasankar Adv
Leave A Reply

Your email address will not be published.