ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା

ମୁମ୍ବାଇ, ନଭେମ୍ବର ୧୨ : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଭାରତର ଟେଷ୍ଟ ଦଳ ଶୁକ୍ରବାର ଦିନ ଘୋଷଣା କରାଯାଇଛି। ନଭେମ୍ବର ୨୫ ରୁ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଦଳ ଚୟନ କରିଛି। ତେବେ ଏହି ଟେଷ୍ଟ ସିରିଜ୍‌ରୁ ନୂତନ ଭାବେ ନିଯୁକ୍ତ ଟି -୨୦ ଅଧିନାୟକ ତଥା ନିୟମିତ ଓପନର୍ ରୋହିତ ଶର୍ମା, ୱିକେଟ୍ କିପର ଋିଷଭ ପନ୍ତ ଏବଂ ପେସର୍ ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ବିସିସିଆଇର କାର୍ଯ୍ୟଭାର ପରିଚାଳନା ନୀତିର ଏକ ଅଂଶ ଭାବରେ ବିଶ୍ରାମ ଦିଆଯାଇଛି।

gpkandhamal

ବିସିସିଆଇ ସଚିବ ଜୟ ଶାହା ଏକ ବିବୃତ୍ତିରେ କହିଛନ୍ତି ଯେ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ଯୋଗଦେବେ ଏବଂ ଦଳର ନେତୃତ୍ୱ ନେବେ। ଅଫ୍ ସ୍ପିନର ଜୟନ୍ତ ଯାଦବଙ୍କ ସହ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତରେ ତିନୋଟି ଟି -୨୦ (ନଭେମ୍ବର ୧୭, ୧୯ ଏବଂ ୨୧) ଏବଂ ଦୁଇଟି ଟେଷ୍ଟ (ନଭେମ୍ବର ୨୫-୨୯ ଏବଂ ଡିସେମ୍ବର ୩-୭) ରେ ଭାରତ ନ୍ୟୁଜିଲ୍ୟାଣ୍ଡ ଖେଳିବ । ପ୍ରଥମ ଟେଷ୍ଟ କାନପୁରରେ ଏବଂ ଦ୍ୱିତୀୟଟି ମୁମ୍ବାଇରେ ଅନୁଷ୍ଠିତ ହେବ।

Umasankar Adv
Leave A Reply

Your email address will not be published.