ପୋଲିସ ଚାକିରୀ କରାଇଦେବାକୁ କହି ଠକି ନେଲେ ଦେଢ କୋଟି

ଭୁବନେଶ୍ୱର, ନଭେମ୍ବର ୧୨ : ପୋଲିସ ଚାକିରୀ  କରାଇଦେବା ନାଁରେ ଠକେଇ ଅଭିଯୋଗ । ପୋଲିସ ଚାକିରୀ କରାଇଦେବା ନାଁରେ ଠକି ନେଲେ ଦେଢ କୋଟି ଟଙ୍କା । ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ।  ସୂଚନା ଅନୁସାରେ, ୩୮ ଜଣ ଆଶାୟୀଙ୍କ ଠାରୁ ଏହି ଦୁଇ ଠକ ପାଖାପାଖି ଦେଢ କୋଟି ଟଙ୍କା ଠକି ନେଇଥିଲେ । ପୋଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ ଠକେଇ କରିଥିଲେ । 

gpkandhamal

ସେହିପରି ସେମାନେ ନିଜକୁ ଗୃହ ବିଭାର ସେକ୍ସନ ଅଫିସର କହି ଠକେଇ କରିଥିଲେ । ଗିରଫ ବେଳେ ତାଙ୍କ ନିକଟରୁ ୧୨ ଏଟିଏଣ କାର୍ଡ, ଜାଲ ପରିଚୟ ପତ୍ର ଜବତ ହୋଇଛି । 

Umasankar Adv
Leave A Reply

Your email address will not be published.