ଗ୍ୟାସ୍‌ ଚ୍ୟାମ୍ବର ପାଲଟିବ ଦିଲ୍ଳୀ

ନୂଆଦିଲ୍ଲୀ, ନଭେମ୍ବର ୧୨ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠରେ ଲୋକଙ୍କୁ ଏବେ ଗ୍ୟାସ ଚ୍ୟାମ୍ବରରେ ବଞ୍ଚିବାକୁ ପଡ଼ିପାରେ। ଏଥି ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତୁତ ରହିବାକୁ ପଡ଼ିବ। କାରଣ ଦିଲ୍ଲୀରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ତର ବଢ଼ିପାରେ। ଏଥି ଯୋଗୁଁ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ବିଶେଷଜ୍ଞମାନେ ଲୋକଙ୍କୁ ବାହାରକୁ କମ ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି। 

gpkandhamal

ଦିଲ୍ଲୀରେ ପ୍ରଦୂଷଣ ସ୍ତର ଗୁରୁବାର ବଢ଼ିଛି। ରାଜଧାନୀରେ ଗୁରୁବାର ପୁଣି ଥରେ ପ୍ରଦୂଷଣର ସ୍ତର ବୃଦ୍ଧି ପାଇଁ ଏହା ୪୧୧ରେ ପହଞ୍ଚିଛି। ଏନ୍‌ସିଆର ଓ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ପ୍ରଦୂଷଣ ଖରାପ ସ୍ତରକୁ ଚାଲିଯାଇଛି। ଆଗ୍ରା ଓ ବାଗପତରେ ଏକ୍ୟୁଆଇ ୪୩୭, ବଲ୍ଲଭଗଡ଼ରେ ୪୩୧, ଭିୱାଣ୍ଡିରେ ୪୧୦, ବୁଲନ୍ଦସହରରେ ୪୪୭, ଫରିଦାବାଦରେ ୪୧୨, ଫିରୋଜାବାଦରେ ୪୧୫, ଗାଜିଆବାଦରେ ୪୬୧, ଗ୍ରେଟର ନୋଇଡାରେ ୪୧୭, ହାପୁଡରେ ୪୨୭, ହିସାରରେ ୪୨୨, ନୋଏଡାରେ ୪୩୨ ଓ ବୃନ୍ଦାବନରେ ୪୫୮ ରହିଛି।  ଆଇଆଇଟିଏମ୍‌ କହିବା ଅନୁସାରେ ଆଗାମୀ ୨ ଦିନ ଉତ୍ତର ଭାରତ ସମେତ ଦିଲ୍ଲୀରେ ବାୟୁର ସ୍ତର ଆହୁରି ଅଧିକ ଖରାପ ସ୍ତରରେ ପହଞ୍ଚିବ। ତେଣୁ ବାୟୁ ମଣ୍ଡରେ ଅମ୍ଲଜାନ ସ୍ତର କମ୍‌ ରହିବ। ନଭେମ୍ବର ୧୪ରେ ସ୍ଥିତି ସ୍ବାଭାବିକ ହୋଇପାରେ। 

Umasankar Adv
Leave A Reply

Your email address will not be published.