ଯେଉଁ ଟିଏଲ୍‌ପି ମୁଖ୍ୟ ଉପରେ ରହିଛି ୧୦୦ରୁ ଊର୍ଦ୍ଧ୍ବ ମାମଲା, ତାକୁ ଆତଙ୍କବାଦୀ ଭାବେନି ପାକିସ୍ତାନ!

ଇସ୍‌ଲାମାବାଦ, ନଭେମ୍ବର ୧୨ : ପାକିସ୍ତାନ ଇସଲାମି ସଂଗଠନ ଟିଏଲ୍‌ପି ସାମ୍ନାରେ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଛି। ଯେଉଁ ଟିଏଲ୍‌ପି ମୁଖ୍ୟ ନାଁରେ ଆତଙ୍କାବାଦୀ ସହିତ ୧୦୦ରୁ ଊର୍ଦ୍ଧ୍ବ ମାମଲା ରହିଛି, ତାକୁ ପଂଜାବ ସରକାର ଆତଙ୍କବାଦୀ ତାଲିକାରୁ ବାଦ୍‌ ଦେଇଛି। ତହରୀକ-ଏ-ଲବେକ୍‌ ପାକିସ୍ତାନ (ଟିଏଲ୍‌ପି) ପ୍ରମୁଖ ସାଦ୍‌ ହୁସେନ୍‌ ରିଜ୍‌ଭୀର ନାମ ଏହି ତାଲିକାରୁ ବାହାର କରି ପାକିସ୍ତାନ ସ୍ପଷ୍ଟ କରିଦେଇଛି ଯେ, ଆତଙ୍କବାଦୀଙ୍କ ସାମ୍ନାରେ ଆଣ୍ଠୁମାଡ଼ି ବସିବା ତାର ପରଂପରା ଜାରି ରହିବ। ଟିଏଲ୍‌ପି ନିକଟରେ ଇମ୍ରାନ୍‌ ଖାନ୍‌ଙ୍କ ସରକାର ପ୍ରତି ବଡ଼ଧରଣର ଚାପ ପ୍ରୟୋଗ କରିଥିଲା। ଟିଏଲ୍‌ପି ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲା ଏବଂ ଏହି ସମୟରେ ପୋଲିସ ସହିତ ହିଂସା ହୋଇଥିଲା। ମାତ୍ର ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କ’ଣ ପଂଜାବ ସରକାର ଟିଏଲ୍‌ପି ମୁଖ୍ୟ ସାଦ ହୁସେନ ରିଜଭୀ ଉପରେ ଆତଙ୍କବାଦୀ ସମେତ ଅନ୍ୟ ମାମଲାରେ ରୁଜୁ ହୋଇଥିବା କେସ୍‌ କେମିତି ଫେରାଇ ନେବ?

gpkandhamal

ପଂଜାବ ସରକାର ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା ଯେ, ରିଜଭୀର ନାମ ୪ର୍ଥ ତାଲିକାରୁ ବାହାର କରିଦିଆଯାଇଛି। ରିଜବୀକୁ ଗତ ଏପ୍ରିଲ ୧୨ ତାରିଖରେ ଗିରଫ କରାଯାଇଥିଲା। ତା’ ଉପରେ ଟିଏଲପିର ହିଂସକ ବିରୋଧ ପ୍ରଦର୍ଶନର ରଣନୀତି କରିବା ନେଇ ଅଭିଯୋଗ ଅଣାଯାଇଥିଲା। ପଂଜାବ ସରକାରଙ୍କ ସହିତ ଜଡ଼ିତ ଏକ ସୂତ୍ର ନ୍ୟୁଜ ସଂସ୍ଥାକୁ କହିଛି ଯେ, ରିଜଭୀ ନାଁରେ ସର୍ବାଧିକ ୧୦୦ଟି ମାମଲା ରୁଜୁ ହୋଇଛି। ଏଥିରେ ଆତଙ୍କବାଦୀ, ହତ୍ୟା, ହତ୍ୟା ପାଇଁ ଉଦ୍ୟମ ସମେତ ଅନ୍ୟ ମାମଲା ରହିଛି। ସାଦ ହୁସେନ ରିଜଭୀକୁ ଆତଙ୍କବାଦୀ ତାଲିକାରୁ ହଟାଇବା ପାଇଁ କୁହାଯାଉଛି ଯେ, ଇମ୍ରାନ ଖାନ ସରକାର ଟିଏଲପି ସରକାର ସହିତ ଗୁପ୍ତ ଏଗ୍ରୀମେଣ୍ଟ କରାଯାଇଛି। ସଂଘୀୟ ସରକାର ପ୍ରଥମରୁ ହିଁ ଟିଏଲ୍‌ପି ଉପରୁ କଟକଣା ହଟାଇ ଦେଇଛି। ଗତ ସପ୍ତାହରେ ହଜାର ହଜାର ଟିଏଲପି କାର୍ଯ୍ୟକର୍ତ୍ତା ଲାହୋର ଠାରୁ ପାଖାପାଖି ୧୫୦ କିଲୋମିଟର ଅତିକ୍ରମ କରି ଓଜୀରାବାଦରେ ପ୍ରଦର୍ଶନ କରିଥିଲେ। 

Umasankar Adv
Leave A Reply

Your email address will not be published.