ରାଜ୍ୟରେ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଶେଷ କରିବାକୁ ଟାର୍ଗେଟ

ଭୁବନେଶ୍ୱର, ନଭେମ୍ବର ୧୨ : କରୋନାକୁ ପ୍ରତିହତ କରିବାକୁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ । ରାଜ୍ୟରେ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବୃଦ୍ଧି ହୋଇ ୨୪୦୦ ହୋଇଛି ।  ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି । ଯେଉଁ ଗ୍ରାମରେ ୧୦୦ରୁ ଅଧିକ ଟିକା ନେଇ ନଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲା ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଦିଆହୋଇଛି । ଯାହା ଆଜି ୪ କୋଟି ଛୁଇଁବ । ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ପ୍ରଥମ ଡୋଜ୍ ଏବଂ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ଦ୍ୱିତୀୟ ଡୋଜ ଦିଆଯାଇଛି । 

gpkandhamal

ସେହିପରି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ରହିଛନ୍ତି । ଏହାସହିତ ନଭେମ୍ବର ୨ରୁ ହର ଘର ଦସ୍ତକ କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ୍ ୩୫ ପ୍ରତିଶତରୁ ବୃଦ୍ଧି ହୋଇ ୪୦ ପ୍ରତିଶତ ହୋଇଛି । ସେହିପରି ପ୍ରଥମ ଡୋଜ୍ ୮୨ ପ୍ରତିଶତ ଲୋକ ନେଇଥିବା ବେଳେ ୪୧ ପ୍ରତିଶତ ଉଭୟ ଡୋଜ୍ ଦିଆସରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Umasankar Adv
Leave A Reply

Your email address will not be published.