ସମ୍ପତ୍ତି ଲୋଭରେ ବାପାକୁ ପଥରରେ ଛେଚି ହତ୍ୟା କଲା ଝିଅ

ହୁୁଗଳୀ ,ନଭେମ୍ବର 14: ପଶ୍ଚିମବଙ୍ଗର ହୁୁଗଳୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣା ପଡ଼ିଛି ଯେ ଜଣେ ଝିଅ ତାଙ୍କ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ମୃତ ଜଣଙ୍କ ହେଉଛନ୍ତି କାଳିପଦୀ ଦାସ ତାଙ୍କ ବୟସ ୬୨ ହୋଇଥିବା ବେଳେ ସେ ଜଣେ ଅବସର ପ୍ରାପ୍ତ ରେଳ କର୍ମଚାରୀ । ତେବେ ଏହି ଘଟଣାରେ ସାରା ଅଚଂଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୁଚନା ଅନୁସାରେ କାଳିପଦୀ ଦାସଙ୍କ ଝିଅ କିୟା ଦାସ ତାଙ୍କ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ତାଙ୍କ ପୁଅ ଅଭିଷେକଙ୍କ ସହ ବାପଘରେ ରହୁଥିଲେ । କିଛି ଦିନ ଭଲରେ ଚଳିବା ପରେ ନିଜ ବାପାଙ୍କ ସହ ସମ୍ପତିକୁ ନେଇ ଆରମ୍ଭ ହୋଇ ଯାଇଥିଲା ବିବାଦ । 

gpkandhamal

ପ୍ରତିଦିନ ଏହାକୁ ନେଇ ଝଗଡ଼ା ସୃଷ୍ଟି ହେଉଥିବା ବେଳେ ଗତକାଲି ଏହା ସୀମା ପାର କରିଥିଲା ଫଳରେ ପାଖରେ ଥିବା ପଥରରେ ନିଜ ବାପାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛି । ତେବେ ପୋଲିସ୍ ଘଟଣାରେ ସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହ ଝିଅ ବିରୋଧରେ ୩୦୪ ଅନ୍ତର୍ଗତ ମାମଲା ରୁଜୁ କରିଛି ।

Umasankar Adv
Leave A Reply

Your email address will not be published.