ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ନଭେମ୍ବର ୧୪ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି । ଆର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି । ଗତ ୨୪ ଘଣ୍ଟାରେ ୨୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୫୪୭୧ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୮ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୧୩ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୪୨ ଜଣ ପଜିଟିଭ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ  ମଧ୍ୟରୁ ବାଲେଶ୍ୱର ୧୨, ବରଗଡ୧,ଭଦ୍ରକ୫, କଟକରୁ ୨୧, ଦେଓଗଡରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମ ୨,ଜଗତସିଂହପୁରରୁ ୩, ଯାଜପୁରରୁ ୬, ଝାରସୁଗୁଡାରୁ ୨,କଳାହାଣ୍ଟିକେନ୍ଦ୍ରାପଡା ୮, ଖୋର୍ଦ୍ଧା ୧୩୨, ମାଲକାନଗିରି ୧ , ମୟୂରଭଞ୍ଜରୁ ୫, ନୟାଗଡରୁ ୨, ପୁରୀରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୬, ଓ ଷ୍ଟେଟ ପୁଲରୁ ୩୧ ଜଣ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୪୫୪୭୧ ଜଣ କରୋନା ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେଥିମଧ୍ୟରୁ ୨୭୪୧ ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୦୩୪୩୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Umasankar Adv
Leave A Reply

Your email address will not be published.