ଆଜି ଠାରୁ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ, ୧୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା

ଭୁବନେଶ୍ୱର, ନଭେମ୍ବର ୧୪: ଶନିବାର ସକାଳେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଥାଇଲ୍ୟାଣ୍ଡ ଉପକୂଳରେ ଏକ ନୂତନ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ଏବଂ ରବିବାର ଦିନ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, ଗଜପତି, କଟକ ଏବଂ ଜଗସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଭୁବନେଶ୍ୱର କାର୍ଯ୍ୟାଳୟ କହିଛି। ଆଜି ଠାରୁ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ । ଆକାଶ ମେଘାଛନ୍ନ ରହିବ ସମ୍ଭାବନା ଥିବାବେଳେ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତନ ର ସମ୍ଭାବନା ନାହିଁ । ଶୀତର ବିଶେଷ ପ୍ରଭାବ ରହିବନାହିଁ, ୧୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଛି।

ନଭେମ୍ବର ୧୭ ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ନଭେମ୍ବର ୧୬ ରୁ ୧୮ ମଧ୍ୟରେ ବଙ୍ଗୋପସାଗରର ପୂର୍ବ-ବଙ୍ଗୋପସାଗରରେ ଅବସ୍ଥିତ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳ ଉପରେ ୫୫-୬୫ କିଲୋମିଟର ବେଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏବଂ ନଭେମ୍ବର ୧୭ ରୁ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇପାରେ । ତେବେ ନଭେମ୍ବର ୧୬ ରୁ ୧୮ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ନଭେମ୍ବର ୧୭ ଏବଂ ୧୮ ରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଏବଂ ବାହାରେ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ।

Umasankar Adv
Leave A Reply

Your email address will not be published.