ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନ୍‌କୁ ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ, ନଭେମ୍ବର ୧୪ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଣୀ କମଳାପତି ରେଳ ଷ୍ଟେସନ୍‌ର ଲୋକାର୍ପଣ କରିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ୩ଟାରେ ଦେଶବାସୀଙ୍କ ପାଇଁ ଏହି ରେଳଷ୍ଟେସନର ଲୋକାର୍ପଣ କରାଯିବ। ଏହି ଷ୍ଟେସନରେ ଅତ୍ୟାଧୁନିକ ସବୁଧା ରହିଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆଧୁନିକ ସୁବିଧା ଯୁକ୍ତ ରେଳ ଷ୍ଟେସନ୍‌ ଉଦଘାଟନ କରିବା ସହିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ।  ସୂଚନାଯୋଗ୍ୟ କମଳାପତି ରେଳଷ୍ଟେସନର ନାମ ପୂର୍ବରୁ ହବୀବଗଂଜ ରେଳଷ୍ଟେସନ ଥିଲା। ରାଜ୍ୟ ସରକାର ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ମଧ୍ୟ ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ରରେ କୁହାଯାଇଛି ଯେ, ହବୀବଗଂଜ ରେଳ ଷ୍ଟେସନ୍‌ର ନାଁ ପରିବର୍ତ୍ତନ କରାଯାଇଛି। 

gpkandhamal

ପ୍ରଜ୍ଞା ସିଂହ ଠାକୁର ଗୁରୁବାର ଟୁଇଟ୍‌ କରିଥିଲେ ଯେ, ୨୦୨୧ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଜନଜାତି ଗୌରବ ଦିବସ ଅବସରରେ ଗସ୍ତ କରିବା ଆମ ପାଇଁ ଶୁଭ ସଂକେତ। ସୂଚନାଯୋଗ୍ୟ ଯେ, ହବୀବଗଂଜ ରେଳ ଷ୍ଟେସନର ଅତ୍ୟାଧୁନକ କାମ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରେଳ ଷ୍ଟେସନର ନାମ ହବୀବ୍‌ ମିଆଁ ନାମରେ ରଖାଯାଇଥିଲା। ଏହା ପୂର୍ବରୁ ଏହି ଷ୍ଟେସନର ନାମ ଶାହପୁର ଥିଲା। ୧୯୭୯ ମସିହାରେ ହବୀବ ମିଆଁ ରେଳବାଇକୁ ସଂପ୍ରସାରଣ ପାଇଁ ନିଜର ଜମି ଦେଇଥିଲେ। ପରେ ତାଙ୍କର ନାଁରେ ଏହି ଷ୍ଟେସନ ନାମକରଣ କରାଯାଇଥିଲା।   

Umasankar Adv
Leave A Reply

Your email address will not be published.