ମଇଁଷି ଖିର ନ ଦେବାରୁ ଥାନାର ଦ୍ୱାରସ୍ତ ହେଲେ ମାଲିକ

ମଧ୍ୟପ୍ରଦେଶ, ନଭେମ୍ବର ୧୫: ଜଣେ ବ୍ୟକ୍ତି ତାଙ୍କ ମଇଁଷ ସହିତ ଭିଣ୍ଡ ଜିଲ୍ଲାର ନୟାଗୋନ ଥାନାରେ ପହଁଞ୍ଚି ସାହାଯ୍ୟ ପାଇଁ ନିବେଦନ କରିଥିଲେ। ସେ ଥାନା ଅଧୀକାରୀଙ୍କ ନିକଟରେ ଏପରି ଗୁହାରି କରିଥିଲେ ଯେ ଥାନା ଅଧୀକାରି ମଧ୍ୟ ଅବାକ ରହିଯାଇଥିଲେ । ଲୋକ ଜଣକ କହିଥିଲେ “ସାର୍, ମଇଁଷି କ୍ଷୀର ଦେଉ ନାହାଁନ୍ତି, ଦୟାକରି ସାହାଯ୍ୟ କରନ୍ତୁ।” ଏବେ ଜାଣିବା ପୁରା ଖବର କଣ- ଭଣ୍ଡାର ନାୟାଗୋନ ନିବାସୀ ବାବୁଲାଲ ଜାଟଭ ତାଙ୍କ ମଇଁଷି କ୍ଷୀର ନ ଦେଇଥିବାରୁ ବିରକ୍ତ ହୋଇଥିଲେ। ଜାଟବ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ସମସ୍ୟା ସମ୍ପର୍କରେ ପୋଲିସକୁ ଏକ ଲିଖିତ ଆବେଦନ କରିଥିଲେ। ପରେ, ଜାଟବ ପୁଣିଥରେ ତାଙ୍କ ମଇଁଷି ସହିତ ପୋଲିସ ଷ୍ଟେସନରେ ପହଁଞ୍ଚି କ୍ଷୀର ଦେବା ପାଇଁ ସାହାଯ୍ୟ ଲୋଡ଼ିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

gpkandhamal

ଏହି ସମୟରେ, ଡିଏସପି ହେଡକ୍ୱାର୍ଟର ଅରବିନ୍ଦ ଶାହା କହିଛନ୍ତି ଯେ ଏହି ବ୍ୟକ୍ତି ଜଣକ ନିକଟରେ ମଇଁଷି କିଣିଛନ୍ତି। ତେବେ ମଇଁଷିଟି କ୍ଷୀର ନ ଦେବାରୁ ଗାଁର କେହି ଜଣେ ପୋଲିସଠାରୁ ସାହାଯ୍ୟ ମାଗିବାକୁ ପରାମର୍ଶ ଦେଇଥିଲେ। ପୋଲିସ କୌଣସି ପ୍ରକାରେ ନିଶ୍ଚିତ ହୋଇ ତାଙ୍କୁ ପଠାଇ ଦେଇଥିଲା। ସେ ସାହାଯ୍ୟ ଆଶାରେ ଆସିଥିବାରୁ ପୋଲିସ ତାଙ୍କୁ ଯେକୌଣସି ଉପାୟରେ ସାହାଯ୍ୟ କରିବ ବୋଲି ଡିଏସପି ଶାହା କହିଛନ୍ତି।

Umasankar Adv
Leave A Reply

Your email address will not be published.