ଆଇପିଏଲ୍‌ ୨୦୨୨ରେ ଆରୋନ୍‌ ଫିଞ୍ଚ ହେବେ ଅଧିନାୟକ

ନୂଆଦିଲ୍ଲୀ, ନଭେମ୍ବର ୧୫ : ଆଇସିସି ଟି-୨୦ ପୁରୁଷ ବିଶ୍ବକପ୍‌ ୨୦୨୧ର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ରବିବାର ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ କଙ୍ଗାରୁ ଦଳ ପ୍ରଥମ ଥର କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟରେ ଚମ୍ପିଅନ୍‌ ହୋଇ ଇତିହାସ ରଚିଛି।  ଆରୋନ୍‌ ଫିଞ୍ଚଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଆଇସିସି ଟି-୨୦ ବିଶ୍ବକପ୍‌ ଚମ୍ପିଅନ୍‌ ହୋଇଛି। ଏଥିରୁ ଆରୋନ୍‌ ଫିଞ୍ଚଙ୍କୁ ଇଣ୍ଡିଆନ୍‌ ପ୍ରିମିୟର ଲଗି (ଆଇପିଏଲ୍‌) ୨୦୨୨ରେ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଇପିଏଲ୍‌ ନିଲାମୀ ସମୟରେ ଆରୋନ୍‌ ଫିଞ୍ଚଙ୍କୁ ଅତିକମରେ ୩ଟି ଦଳ ନିଜର ଅଧିନାୟକ କରିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି। 

ଆଇପିଏଲ୍‌-୨୦୨୨ ପାଇଁ ଲକ୍ଷ୍ନୌ ଓ ଅହମଦାବାଦ ସମେତ ଅନ୍ୟ ଟିମ୍‌କୁ ମଧ୍ୟ ଅଧିନାୟକ ଦରକାର ଅଛି। ଟି-୨୦ ବିଶ୍ବକପ ଜିତିବା ପରେ ଆରୋନଙ୍କୁ ସାହାସ ଆହୁରି ଅଧିକ ବଢ଼ିଯାଇଛି। ବିରାଟ କୋହଲି ଦୀର୍ଘ ଦିନ ପର୍ଯ୍ୟନ୍ତ ଅଧିନାୟକ ଭାବେ ବାଙ୍ଗାଲୋର ଟିମ୍‌ର ଦାୟିତ୍ବ ନେଇଥିଲେ। ଆଇପିଏଲ୍‌-୨୦୨୧ ଶେଷ ହେବା ପରେ ଏହି ଦାୟିତ୍ବ ଛାଡ଼ି ଦେଇଛନ୍ତି। ବାଙ୍ଗାଲୋର ଟିମ୍‌ ଏପର୍ଯ୍ୟନ୍ତ କୌଣସି ସଂସ୍କରଣରେ ଚମ୍ପିଅନ୍‌ ହୋଇପାରି ନାହିଁ। ତେଣୁ ପ୍ରାୟୋଜକର ମାଲିକ ଆରୋନ୍‌ଙ୍କୁ ଅଧିନାୟକ ଭାବେ ଚୟନ କରିପାରନ୍ତି। 

Umasankar Adv
Leave A Reply

Your email address will not be published.