ଦିଲ୍ଳୀରେ ଲକ୍ଷ୍ନୌ ଭଳି ଘଟଣା: କ୍ୟାବ୍‌ ଡ୍ରାଇଭରଙ୍କୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ, ନଭେମ୍ବର୧୭ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଜଣେ କ୍ୟାବ୍‌ ଡ୍ରାଇଭର ନିସ୍ତୁକ ମାଡ଼ ଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ପଟେଲନଗର (ପଶ୍ଚିମ)ରେ ଜଣେ ଯୁବତୀ କ୍ୟାବ ଡ୍ରାଇଭରଙ୍କ ସାର୍ଟ କଲର ଧରି ଚାପୁଡା ମାରୁଛନ୍ତି । ଏହା ପୂର୍ବରୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଏହି ଘଟଣା ପରେ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। 

ଏହି ମାମଲାରେ ପୋଲିସ କହିବା ଅନୁସାରେ କ୍ୟାବ୍‌ ଡ୍ରାଇଭରଙ୍କ ଠାରୁ ଏତଲା ହେବା ପରେ ମାମଲା ରୁଜୁ ହେବ। ପୋଲିସ ଯୁବତୀଙ୍କର ସ୍କୁଟି ନମ୍ବର ଆଧାରରେ ତାଙ୍କର ଠିକଣା ଖୋଜୁଛି। ଭାଇରାଲ ହୋଇଥିବା ଭିଡିଓ ଗତ ସପ୍ତାହର ବୋଲି ପୋଲିସ କହିଛି। କ୍ୟାବ୍‌ ଡ୍ରାଇଭର ଫରିଦାବାଦ୍‌ ଅଞ୍ଚଳରେ ରହୁଛନ୍ତି। ୨ ମିନିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ନୀଳ ରଙ୍ଗର ଟି-ସାର୍ଟ ଏବଂ ମୁହଁରେ ମାସ୍କ ପିନ୍ଧିଥିବା କ୍ୟାବ ଡ୍ରାଇଭରଙ୍କୁ ଯୁବତୀ ଜଣକ ରାଜରାସ୍ତାରେ ମାଡ଼ମାରୁଛନ୍ତି। ଆଖପାଖରେ ବହୁ ଲୋକ ଛିଡ଼ା ହୋଇଛନ୍ତି। ଅଭିଯୁକ୍ତ ଯୁବତୀଙ୍କ ସହିତ ଅନ୍ୟ ଜଣେ ମହିଳା ମଧ୍ୟ ଛିଡ଼ା ହୋଇଛନ୍ତି। ଏହି ଭିଡିଓରେ ଅନେକ ଲୋକ ମାଡ଼ମାରୁଥିବା ମହିଳାଙ୍କ କାମ ଭୁଲ ବୋଲି କହୁଛନ୍ତି।  କସ୍ତୁରୀ ଲାଲ ଆନନ୍ଦ ମାର୍ଗରେ ବ୍ଲକ-୨୨ର ଘଟଣା ବୋଲି କୁହାଯାଉଛି। ଯୁବତୀ ଜଣକ ଅନ୍ୟ ଏକ ମହିଳାଙ୍କ ସହିତ ସ୍କୁଟିରେ ଯାଉଥିଲେ। ଟ୍ରାଫିକ ସମସ୍ୟା କାରଣରୁ କ୍ୟାବ ଫସିଥିଲା ଏବଂ ଏହାର ଡ୍ରାଇଭର ମହିଳାଙ୍କୁ ସ୍କୁଟି ରଖିବା ପାଇଁ ସ୍ଥାନ ଦେଇପାରି ନଥିଲେ। ଏଥିରେ ଯୁବତୀ ଜଣକ ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ।

Umasankar Adv
Leave A Reply

Your email address will not be published.