ଭାରତ-ପାକିସ୍ତାନ ଗସ୍ତ କରୁଥିବା ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ୱାଶିଂଟନ, ନଭେମ୍ବର ୧୭ : ଭାରତ ଓ ପାକିସ୍ତାନ ଗସ୍ତରେ ଯାଉଥିବା ନିଜ ଦେଶର ନାଗରିକଙ୍କୁ ଆମେରିକା ପରାମର୍ଶ ଦେଇଛି। ଆମେରିକା କହିଛି ଯେ, ଭାରତ ଓ ପାକିସ୍ତାନ ଗସ୍ତ ପୂର୍ବରୁ ସତର୍କ ରୁହନ୍ତୁ। ଆତଙ୍କବାଦୀ ହିଂସା ଓ ସାଂପ୍ରଦାୟିକ ହିଂସା କାରଣରୁ ପାକିସ୍ତାନ ଯାତ୍ରା କରିବା ପୂର୍ବରୁ ଚିନ୍ତା କରନ୍ତୁ। ପରାମର୍ଶରେ ନେଇ ଆମେରିକା କହିଛି ଯେ ଭାରତକୁ ଯାତ୍ରା କରୁଥିଲେ ଅଧିକ ସତର୍କ ରୁହନ୍ତୁ। 

gpkandhamal

ଆମେରିକା ବିଦେଶ ବିଭାଗ ନିଜର ନାଗରିକଙ୍କୁ ଆତଙ୍କବାଦ ଓ ଅଶାନ୍ତି କାରଣରୁ ଜମୁ କଶ୍ମୀର ଯାତ୍ରା ନ କରିବା ପାଇଁ କହିଛି। ଯାତ୍ରା ପରାମର୍ଶ (ଟ୍ରାଭେଲ ଆଡଭାଇଜରି)ରେ କୁହାଯାଇଛି ଯେ, ଭାରତ  ପାକିସ୍ତାନ ମଧ୍ୟରେ ସଶସ୍ତ୍ର ସଂଘର୍ଷକୁ ଦୃଷ୍ଟିରେ ରଖି ସୀମା ଠାରୁ ୧୦ କିଲୋମିଟର ଭିତରକୁ ନଯିବା ପାଇଁ ଚେଷ୍ଟା କରନ୍ତୁ। ଭାରତରେ ଦୁଷ୍କର୍ମଜନିତ ଘଟଣା ଦେଖିବାକୁ ମିଳୁଛି। ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଯୌନ ଉତ୍ପୀଡନ ଭଳି ହିଂସା ଦେଖିବାକୁ ମିଳୁଛି। ତେଣୁ ସତର୍କ ରହିବା ଦରକାର।  ଆମେରିକା ପରାମର୍ଶ ଦେଇଛି ଯେ, ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି। ପର୍ଯ୍ୟଟନ ସ୍ଥଳୀ, ପରିବହନ ସ୍ଥଳୀ ଓ ଶପିଂ ମଲକୁ ଟାର୍ଗେଟ କରିପାରନ୍ତି। ଜୋ ବାଇଡେନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟ ସରକାର ପାଖରେ ଭାରତର ପଶ୍ଚିମବଙ୍ଗ, ପୂର୍ବ ମହାରାଷ୍ଟ୍ର ଓ ଉତ୍ତର ତେଲେଙ୍ଗାନା କ୍ଷେତ୍ରରେ ନିଜର ନାଗରିକଙ୍କୁ ଜରୁରୀ ସେବା ପ୍ରଦାନ କରିବାରେ ସୀମିତ କ୍ଷମତା ରହିଛି। 

Umasankar Adv
Leave A Reply

Your email address will not be published.