ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା ଏସଟିଏଫ

କନ୍ଧମାଳ, ନଭେମ୍ବର ୧୮ : ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ । ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା ଏସଟିଏଫ । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ୨ ବ୍ୟବସାୟୀଙ୍କୁ ଏସଟିଏଫ ଗିରଫ କରିଛି । ଏହାସହିତ ସେମାନଙ୍କ ନିଟକରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି ।  ତେବେ ଗିରଫ ହୋଇଥିବା ଦୁଇ ଜଣ ବ୍ୟବସାୟୀ ହେଉଛନ୍ତି କନ୍ଧମାଳ ଜିଲ୍ଲାର ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ । ସେମାନଙ୍କୁ ଏହାକୁ କେଉଁଠିକୁ ଚୋରାଚାଲାଣ କରଥିଲେ ସେନେଇ କୌଣସି ସୂଚନା ମିଳିନାହିଁ । ତେବେ ଏ ହା ପଛରେ ଆଉ କାହାର ହାତ ରହିଛି କି ସେନେଇ ପୋଲିସ ଛାନଭିନ ଆରମ୍ଭ କରିଦେଇଛି । 

gpkandhamal

ଗତ ଏକ ବର୍ଷ ମଧ୍ୟରେ ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇସାରିଲାଣି । ଏହାସହିତ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ବ୍ୟବାସାୟୀଙ୍କୁ ଏସଟିଏଫ ଗିରଫ କରିସାରିଥିବା ସୂଚନା ମିଳିଛି । 

Umasankar Adv
Leave A Reply

Your email address will not be published.