ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର ,ନଭେମ୍ବର 18 : ଆକ୍ସନ୍ ମୁଡ଼୍ କୁ ଆସିଛି ଭିଜିଲାନ୍ସ ଟିମ୍ । ଯାହାଫଳରେ ବିଭିନ୍ନ ସରକାରୀ ବାବୁଙ୍କ ଘରେ ରେଡ଼୍ କରି ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆଣୁଛି । ଆଜି ସକାଳେ ସୋନପୁରରେ ଜଣେ ମୁଖ୍ୟ କିରାଣୀଙ୍କ ଘରେ ରେଡ଼୍ କରିଥିବା ବେଳେ ବର୍ତ୍ତମାନ ନୟାଗଡ଼ ରଣପୁର ଆରଡ଼ି ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ୪ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି । ଏହି ଚଢାଉ ରେ ନିୟୋଜିତ ହୋଇଥିବା ୪ଟି ଟିମ୍ ଙ୍କ ମଧ୍ୟରେ ୪ ଜଣ ଡିଏସ୍‌ପି, ୮ ଇନସ୍ପେକ୍ଟର ଅଛନ୍ତି ।

gpkandhamal

ବର୍ତ୍ତମାନ ସୁଦ୍ଧା ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ନୟାଗଡ ସମେତ ଖୋର୍ଦ୍ଧା ଓ ଢେଙ୍କାନାଳରେ ମଧ୍ୟ ଚଢାଉ ଜାରି ରହିଛି । 

Umasankar Adv
Leave A Reply

Your email address will not be published.