ପୁଣି ଗୃହବନ୍ଦୀ ହେଲେ ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ଜାମ୍ମୁ କାଶ୍ମୀର, ନଭେମ୍ବର ୧୮: ବୁଧବାର ଜାମ୍ମୁ କାଶ୍ମୀର ପୋଲିସ ସ୍ପଷ୍ଟ କରିଛି ଯେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଗିରଫ କରାଯାଇ ନାହିଁ। ଜଣେ ବରିଷ୍ଠ ଜେ ଆଣ୍ଡ କେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ମୁଫତି ଶ୍ରୀନଗରର ପ୍ରେସ କଲୋନୀରେ ଏକ ବିକ୍ଷୋଭରେ ଯୋଗଦେବାକୁ ଯାଉଥିଲେ ସୁରକ୍ଷା ଦୃଷ୍ଟିରୁ ମୁଫତିଙ୍କୁ ବିରୋଧ କରିବାକୁ ଯିବାକୁ ଦିଆଯାଇନଥିଲା। ତେବେ ତାଙ୍କୁ ପୋଲିସ ଗୃହ ବନ୍ଦି କରି ରଖିଥିବା ସୂଚନା ମିଳିଛି ।

gpkandhamal

ପୋଲିସ ସୂତ୍ରରୁ ପ୍ରକାଶ ଯେ ପିଡିପି ମୁଖ୍ୟଙ୍କୁ ତାଙ୍କ ବାସଭବନରେ ଗିରଫ କରାଯାଇଥିଲା। ଗୋଟିଏ ଦିନ ପୂର୍ବରୁ ସେ ହାଇଦ୍ରାପୋରା ଏନକାଉଣ୍ଟରରେ ସାଧାରଣ ନାଗରିକଙ୍କ ହତ୍ୟା ବିରୋଧରେ ଜାମ୍ମୁରେ ବିରୋଧ କରିଥିଲେ। ଏଥିସହ ସେ “ଆତଙ୍କବାଦୀଙ୍କ ନାମରେ ସାଧାରଣ ନାଗରିକଙ୍କୁ ହତ୍ୟା” ଅଭିଯୋଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Umasankar Adv
Leave A Reply

Your email address will not be published.