ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ୱର ,ନଭେମ୍ବର 19 : ଆ-କା-ମା-ବୈ, ପାନ ଗୁଆ ଖାଇ। ପାନ ଗୁଆ ତୋର, ମାସିକ ଧରମ ମୋର’…..ଆଜି ହେଉଛି କାର୍ତ୍ତି ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ । ଏହି ଦିନ ରେ ନଦୀ,ପୋଖରୀ ଆଦି ସ୍ଥାନରେ ଡ଼ଙ୍ଗା ଭସାଯିବାର କାର୍ଯ୍ୟକ୍ରମ ରହିଛି । ସକାଳୁ ଭକ୍ତମାନେ ସ୍ନାନ କରି ଡ଼ଙ୍ଗା ଭସାଇଥାନ୍ତି । କାତ୍ତିକ ମାସର ଏହା ଏକ ବଡ଼ ଦିନ ବୋଲି ମନାଯାଏ । ହେଲେ ଚଳିତ ବର୍ଷ କରୋନା ଭୁତାଣୁ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁନାହିଁ କି ପୋଖରୀରେ ଡ଼ଙ୍ଗା ମଧ୍ୟ ଦୃଶ୍ୟମାନ ହେଉନାହିଁ । ମନ୍ଦିର ମାଳିନୀ  ଭୁବନେଶ୍ୱରରେ ଚଳିତ ବର୍ଷ କରୋନା ପାଇଁ ଡଙ୍ଗା ଭସା ଉପରେ ବ୍ୟାନ କରାଯାଇଛି।

gpkandhamal

କେହି ଡଙ୍ଗା ଭସାଇପାରିବେ ନାହିଁ। ଯାହା ଫଳରେ ଲୋକଙ୍କ ଭିଡ ନାହିଁ । କଟକରେ ମଧ୍ୟ କଟକଣା ଜାରି ହୋଇଛି । ସର୍ବସାଧାରଣ ସ୍ଥାନରେ କେହି ବୁଡ ପକାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ସୁରକ୍ଷା ପ୍ରଥମେ । କୋଭିଡ ବ୍ୟାପିବା ଆଶଙ୍କାରେ କେହି ଜଳାସୟକୁ ଯାଇ ଡଙ୍ଗା ଭସାଇ ପାରିବେ ନାହିଁ । କେଉଁଠି ଯେପରି ଭିଡ ନ ଜମିବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠକୁ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ ।ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି  କାର୍ତ୍ତିକ ପୂର୍ଣ୍ଣିମରେ ମଧ୍ୟ ସଂପୂର୍ଣ୍ଣ  ଭାବେ ପୀଠକୁ ୧୪୪ ଧାରା ଜାରି କରିବା ସହିତ ଭକ୍ତ , ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀ ମାନଙ୍କୁ ପୀଠକୁ ନଆସିବା ପାଇଁ  ବାରଣ କରାଯାଇଛି ।

Umasankar Adv
Leave A Reply

Your email address will not be published.