ମହିଳା ବିଧାୟକଙ୍କ କଥିତ ଅଶ୍ଳୀଳ ଭିଡିଓ ଭାଇରାଲ

ଇସଲାମାବାଦ, ନଭେମ୍ବର ୧୯ : ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ କଥିତ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି। ପଂଜାବର ତକ୍ଷଶିଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ୍‌ (PML-N)ର ବିଧାୟକଙ୍କ ଭିଡିଓ ଭାଇରାଲ ହେବା ନେଇ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି। ଦୀର୍ଘ ଦିନର ତଦନ୍ତ ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। କିନ୍ତୁ ଗିରଫ ଅଭିଯୁକ୍ତ ସଂପର୍କରେ ପ‌ୋଲିସ ମୁହଁ ଖୋଲୁ ନାହିଁ। ବିଧାୟକଙ୍କର ଏହି ଭିଡିଓ ସଂପର୍କରେ ଗତମାସ ଜଣାପଡ଼ିଥିଲା। ଏହାରି ଉପରେ ସେ ଅକ୍ଟୋବର ୨୬ ତାରିଖରେ ସରକାର ଓ କେନ୍ଦ୍ରୀ ତଦନ୍ତ ସଂସ୍ଥାକୁ ସୂଚନା ଦେଇଥିଲେ।  Ary ନ୍ୟୁଜ ରିପୋର୍ଟ ଅନୁସାରେ ଅକ୍ଟୋବର ୨୬ରେ ମହିଳା ବିଧାୟକ ଫେଡରାଲ ଇନଭେଷ୍ଟିଗେଶନ ଏଜେନ୍ସି ନିକଟରେ ଅଭିଯୋଗ କରିଥିଲେ। ପରେ ଏହାର କପି ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ। ତାଙ୍କର ଅଭିଯୋଗ ଅନୁସାରେ ସୋସିଆଲ ମିଡିଆରେ ଦୀର୍ଘ ଦିନରୁ ତାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ ହେଉଛି। ଏଥିରେ ନଜର ଆସୁଥିବା ମହିଳା ତାଙ୍କ ଭଳି ଦେଖାଯାଉଛନ୍ତି। 

gpkandhamal

ବିଧାୟକ କହିଛନ୍ତି ଯେ, ସୋସିଆଲ ମିଡିଆରେ ମୋର ଭିଡିଓ ଭାଇରାଲ ହୋଇଛି। ଏଥି ସହିତ କିଛି ଫୋଟୋ ସେୟାର କରାଯାଇଛି। ଏହା ପରେ ମୋତେ ଧମକ ମିଳୁଛି। ବିଧାୟିକା ଜଣକ PML-Nର ସଦସ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କ ନିକଟତର ବୋଲି କୁହାଯାଉଛି। ବିଧାୟିକା ଇମ୍ରାନ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଟାର୍ଗେଟ କରିଥାନ୍ତି। 

Umasankar Adv
Leave A Reply

Your email address will not be published.