ପଠାନକୋଟ ଆର୍ମି ଗେଟ୍‌ ନିକଟରେ ଗ୍ରେନେଡ ଆକ୍ରମଣ

ପଠାନକୋଟ, ନଭେମ୍ବର ୨୨  : ପଞ୍ଜାବର ପଠାନକୋଟରେ ଥିବା ଆର୍ମି ଷ୍ଟେସନ୍ ଗେଟ୍ ନିକଟରେ ସୋମବାର ଦିନ ଏକ ଗ୍ରେନେଡ୍  ଆକ୍ରମଣ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ତେବେ ଏହି ଆକ୍ରମଣ ଘଟଣାରେ  ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। 

gpkandhamal

ରିପୋର୍ଟରେ କୁହାଯାଇଛି ଯେ ଏହି ଅଞ୍ଚଳରୁ ଏକ ବିବାହ ଶୋଭାଯାତ୍ରା କରୁଥିବା ସମୟରେ ବାଇକ୍‌ରେ ଆସିଥିବା ଅଜ୍ଞାତ ବ୍ୟକ୍ତିମାନେ ଆର୍ମି ଷ୍ଟେସନ ଫାଟକ ନିକଟରେ ଗ୍ରେନେଡ ଫିଙ୍ଗିଥିଲେ। ପଠାନକୋଟ ଧରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକରେ ଏହି ବିସ୍ଫୋରଣ ଘଟିଛି। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ପଠାନକୋଟ୍ର ସମସ୍ତ ପୋଲିସ୍ ଚେକ୍ ପୋଷ୍ଟକୁ ସତର୍କ କରାଯାଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଘଟଣାର ଅଧିକ ତଦନ୍ତ ଚାଲିଛି।

Umasankar Adv
Leave A Reply

Your email address will not be published.