ରାଜ୍ୟ ନିର୍ବାଚନ କମିଶନଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ,ନଭେମ୍ବର 22: ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି ଦାଖଲ ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଶ ଆସିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ବର ୨୦ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । ସୁଚନା ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ସଂରକ୍ଷଣ ତାଲିକା । ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜନସଂଖ୍ୟା ଆଧାରରେ ପଛୁଆ ବର୍ଗ, ଅନୂସୁଚିତ ଜାତି ଓ ଜନଜାତିଙ୍କୁ ମିଳିଛି ସଂରକ୍ଷଣ ।ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । 

gpkandhamal

ସେପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ୧୪ ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ ।

Umasankar Adv
Leave A Reply

Your email address will not be published.