କର୍ଣ୍ଣାଟକ ବର୍ଷାରେ ୨୪ ମୃତ

ବାଙ୍ଗାଲୁରୁ, ନଭେମ୍ବର ୨୨: କର୍ଣ୍ଣାଟକରେ ଚଳିତ ମାସ ପ୍ରବଳ ବର୍ଷା ଯୋଗୁ ମୋଟ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଫସଲ ବର୍ଷା ଯୋଗୁଁ କ୍ଷତି ହୋଇଛି। ଏଥିରୁ ୩ ଲକ୍ଷ ୭୯ ହଜାର ୫୦୧ ହେକ୍ଟର ହେଉଛି କୃଷି ଫସଲ ଏବଂ ବାକି ୩୦ ହଜାର ୧୧୪ ଉଦ୍ୟାନ କୃଷି ଫସଲ।

gpkandhamal

କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ରାଜ୍ୟରେ ୬୫୮ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଥିବା ବେଳେ ୮୪୯୫ଟି ଘର ଆଂଶିକ କ୍ଷତି ପହଞ୍ଚିଛି। ବର୍ଷାରେ ୧୯୧ଟି ପଶୁଙ୍କ ମୃତ୍ୟୁ ହୋଇଛି। ସେହିଭଳି ବର୍ଷା ଯୋଗୁଁ ୨୨୦୩ କିମି ରାସ୍ତ କ୍ଷତି ହୋଇଛି। ସେହିଭଳି ଅନ୍ୟ ଭିତ୍ତିଭୂମିକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଥିରେ ୧୨୨୫ଟି ସ୍କୁଲ, ୩୯ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୧୬୭୪ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି।  ବର୍ଷା ଓ କ୍ଷୟକ୍ଷତି ନେଇ ରବିବାର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। 

Umasankar Adv
Leave A Reply

Your email address will not be published.