‘ଯମୁନା ଏକ୍ସପ୍ରେସ୍‌-ୱେ’ର ନାମ ବଦଳିବ, ଅଟଳ ବିହାରୀ ବାଜପେୟୀଙ୍କ ନାମରେ ମିଳିବ ପରିଚୟ!

ଲକ୍ଷ୍ନୌ, ନଭେମ୍ବର ୨୩ : ଉତ୍ତରପ୍ରଦେଶର ଯୋଗୀ ସରକାର ‘ଯମୁନା ଏକ୍ସପ୍ରେସ୍‌ ୱେ’ର ନାମ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ‘ଏକ୍ପପ୍ରେସ୍‌ ୱେ’ର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ରଖାଯାଇପାର‌େ। କୁହାଯାଉଛି ଯେ, ଜେୱର ବିମାନମନ୍ତର ପାଇଁ ଭୂମି ପୂଜନ ସମୟରେ ଏହାର ବିଦ୍ଧିବଦ୍ଧ ଘୋଷଣା କରାଯାଇପାରେ। ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେୱର ଆସୁଛନ୍ତି। ଏଠାରେ ପ୍ରସ୍ତାବିତ ଦେଶର ସର୍ବବୃହତ୍ତ ବିମାନବନ୍ଦର ପାଇଁ ଭୂମି ପୂଜନ କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ। ଏହି ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ‘ଯମୁନା ଏକ୍ସପ୍ରେସ୍‌ ୱେ’ର ନୂଆ ନାମ ଘୋଷଣା କରିପାରନ୍ତି। 

gpkandhamal

ସୂଚନାଯୋଗ୍ୟ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଆଦର୍ଶ ତଥା ଲୋକପ୍ରିୟ ବ୍ୟକ୍ତି ଥିଲେ। ତାଙ୍କୁ ସବୁ ଦଳର ନେତାମାନେ ବହୁତ ଭଲ ପାଉଥିଲେ। ପ୍ରତ୍ୟେକ ଦଳରୁ ସ୍ନେହ ଓ ଭଲପାଇବା ମିଳିଥିଲା। ଏହି ଏକ୍ସପ୍ରେସ୍‌ ଗ୍ରେଟର ନୋଏଡା ଠାରୁ ଆଗ୍ରା ପର୍ଯ୍ୟନ୍ତ ୧୬୫.୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଏହା ୬ଥାକିଆ ରାସ୍ତା ହୋଇଛି।  

Umasankar Adv
Leave A Reply

Your email address will not be published.