ଝାଡ଼ଖଣ୍ଡ ବିଧାନସଭା ପ୍ରତିଷ୍ଠା ଉତ୍ସବରେ ୮ ସହିଦଙ୍କୁ ମିଳିଲା ମରଣୋତ୍ତର ସମ୍ମାନ, ଅତିଥିଙ୍କ ଆଖିରୁ ବାହାରି ପଡ଼ିଲା ଲୁହ

ରାଞ୍ଚି, ନଭେମ୍ବର ୨୩ : ଝାଡ଼ଖଣ୍ଡ ବିଧାନସଭାର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ସମାରୋହରେ ଯେତେବେଳେ ପ୍ରଶଂସନୀୟ ସେବା ପାଇଁ ବିଧାୟକ, ପଦାଧିକାରୀ, କର୍ମଚାରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଉଥିଲା, ଉପସ୍ଥିତ ଜନତା ବହୁତ ଖୁସି ଥିଲେ। କିନ୍ତୁ ଯେତେବେଳେ ମରଣୋତ୍ତର ସହିଦଙ୍କ ଆଶ୍ରିତ ଏବଂ ପରିବାର ଲୋକଙ୍କୁ ସମ୍ମାନିତ କରାଗଲା, ମଂଚ ଉପରେ ଉପସ୍ଥିତ ଅତିଥିମା‌ନଙ୍କ ଆଖି ନରମି ଯାଇଥିଲା। ଏହି ଲୁହ ଦୁଃଖର ଥିଲା। କିନ୍ତୁ ଏହି ଲୁହର ପଛରେ ଗୌରବ ମଧ୍ୟ ଲୁଚି ରହିଥିଲା। କାରଣ ସହିଦ ବୀର ଯବାନମାନେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ। ସହିଦଙ୍କ ପତ୍ନୀ ନିଜର ପିଲାଙ୍କ ପାଠ ପଢ଼ା ଓ ଭବିଷ୍ୟତ ପାଇଁ ଚିନ୍ତିତ। ସରକାରଙ୍କ ସହଯୋଗକୁ ଅପେକ୍ଷା କରିଥାନ୍ତି। ଦେଶର ସୀମାର ସୁରକ୍ଷା ଏବଂ ନକ୍ସଲ ଅଭିଯାନ ସମୟରେ ଯବାନଙ୍କୁ ଦରକାର ପଡ଼ିଲେ ସହିଦ ହେବାକୁ ପଡୁଛି। 

gpkandhamal

ସମାରୋହରେ ରାଜ୍ୟର ୮ ଜଣ ସହିଦଙ୍କୁ ମରଣୋତ୍ତର ସମ୍ମାନିତ କରାଯାଇଛି। ଏଥିରେ ସହିଦ ହାବିଲଦାର ସୁନୀଲ ଲାକ୍ରା, ଆରକ୍ଷୀ ଦୁଲେଶ୍ବର ପ୍ରସାଦ, ବିଏସଏଫ ଯବାନ ରବୀନ୍ଦ୍ର କୁମାର, ଆରକ୍ଷୀ କିରଣ ସୁରୀନ, ଏସଟିଏଫ ରାଜେଶ କୁମାର, ହାବିଲଦାର ଏସଟିଏଫ ଦେବେନ୍ଦ୍ର କୁମାର ପଣ୍ଡିତ, ଝାଡ଼ଖଣ୍ଡ ଜାଗୁଆର ଆରକ୍ଷୀ ହରଦ୍ବାର ସାହ ଓ ଯବାନ ଶିବ ଓରାମ ସାମିଲ ଅଛନ୍ତି। 

Umasankar Adv
Leave A Reply

Your email address will not be published.