କୃଷି ଆଇନ୍‌ ଓ ଆନ୍ଦୋଳନ ହେବ ପଂଜାବର ରାଜନୈତିକ ପ୍ରସଙ୍ଗ?

ଚଣ୍ଡୀଗଡ଼, ନଭେମ୍ବର ୨୩ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଓ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ୨୦୨୪ର ମହାମୁକାବିଲା ପୂର୍ବରୁ କ୍ଷମତାର ସେମିଫାଇନାଲ କୁହାଯାଉଛି। ତେବେ ଏହି ୫ଟି ରାଜ୍ୟରେ ରାଜନୈତିକ ଉଷ୍ନତା ଦେଖାଯାଇଛି। ଜନତା ମଧ୍ୟ କାହାର ମୁଣ୍ଡରେ ମୁକୁଟ ପିନ୍ଧାଇବେ, ସେଥିପାଇଁ ଚିନ୍ତା କରୁଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ଭଣ୍ଡାର କୁହାଯାଉଥିବା ପଂଜାବର ଚାଷୀମାନେ ଦୀର୍ଘ ଏକ ବର୍ଷ ହେବ ଆନ୍ଦୋଳନରେ ବ୍ୟସ୍ତ ରହୁଛନ୍ତି। 

gpkandhamal

ସଂଯୁକ୍ତ କିଷାନ ମୋର୍ଚ୍ଚାର କହିବା ଅନୁସାରେ ଆନ୍ଦୋଳନରେ ପ୍ରାୟ ୭୦୦ ଚାଷୀଙ୍କର ମୃତ୍ୟୁ ହୋଇଛି। ପଂଜାବର ରାଜରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଋତୁ ପରିବର୍ତ୍ତନ ହୋଇଛି। କିନ୍ତୁ ଚାଷୀମାନେ ଆନ୍ଦୋଳନକୁ ସ୍ଥଗିତ କରିନାହାନ୍ତି। ତାଳପତ୍ରି ତଳେ, କାଠର କାନ୍ଥ ଏବଂ ଜାତୀୟ ରାଜପଥ କଡ଼ରେ ଗତବର୍ଷ ଅକ୍ଟୋବର ମାସରୁ ଚାଷୀ ଧାରଣାରେ ବସିଛନ୍ତି। ୭୭ ବର୍ଷୀୟ ଜଗଜୀତ ସିଂହ ଜାତୀୟ ଗଣମାଧ୍ୟମକୁ କୁହନ୍ତି ଯେ, ବିଗତ ୧ ବର୍ଷରେ ସେମାନେ ବହୁ ବାଧାବିଘ୍ନକୁ ସହ୍ୟ କରିଛନ୍ତି। ଆନ୍ଦୋଳନରେ ଚାଷୀ ଧାରଣାରେ ବସିଥିବା ବେଳେ ଗାଁର ଲୋକେ ଖାଇବା-ପିଇବା ଆଦି ବ୍ୟବସ୍ଥା କରିଛନ୍ତି। ତେବେ ଆଗାମୀ ବିଧାନସଭା ନିର୍ବାଚନରେ କୃଷି ଆଇନ ଓ ଆନ୍ଦୋଳନକୁ ମୁଖ୍ୟ ପ୍ରସଙ୍ଗ କରାଯିବ। 

Umasankar Adv
Leave A Reply

Your email address will not be published.