ବର୍ଷାରେ ପ୍ରଭାବିତ ଚାଷୀଙ୍କୁ ନଭେମ୍ବର ୩୦ ପୂର୍ବରୁ ସହାୟତା ପ୍ରଦାନ କରିବେ କର୍ଣ୍ଣାଟକ ସରକାର

ବାଙ୍ଗାଲୁରୁ, ନଭେମ୍ବର ୨୩ : କର୍ଣ୍ଣାଟକର ଧରୱାଡ ଅଞ୍ଚଳରେ ଚଳିତ ମାସ ପ୍ରବଳ ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଶେଷ ଭାବରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିରେ ଲଙ୍କା ଓ କପା ଚାଷୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶଙ୍କର ପାଟିଲ ମୁନେନାକୋପ୍ପା ସୋମବାର ଗଣମାଧ୍ୟମକୁ କହିଛନ୍ତି, କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବେ। ଚଳିତ ମାସ ୩୦ ତାରିଖ ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାର ଟଙ୍କା ଜମା କରିବେ। 

gpkandhamal

କର୍ଣ୍ଣାଟକରେ ବର୍ଷା ଯୋଗୁଁ ମୋଟ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଫସଲ ବର୍ଷା ଯୋଗୁଁ କ୍ଷତି ହୋଇଛି। ଏଥିରୁ ୩ ଲକ୍ଷ ୭୯ ହଜାର ୫୦୧ ହେକ୍ଟର ହେଉଛି କୃଷି ଫସଲ ଏବଂ ବାକି ୩୦ ହଜାର ୧୧୪ ଉଦ୍ୟାନ କୃଷି ଫସଲ। କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ରାଜ୍ୟରେ ୬୫୮ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଥିବା ବେଳେ ୮୪୯୫ଟି ଘର ଆଂଶିକ କ୍ଷତି ପହଞ୍ଚିଛି। ବର୍ଷାରେ ୧୯୧ଟି ପଶୁଙ୍କ ମୃତ୍ୟୁ ହୋଇଛି। ସେହିଭଳି ବର୍ଷା ଯୋଗୁଁ ୨୨୦୩ କିମି ରାସ୍ତ କ୍ଷତି ହୋଇଛି। ସେହିଭଳି ଅନ୍ୟ ଭିତ୍ତିଭୂମିକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଥିରେ ୧୨୨୫ଟି ସ୍କୁଲ, ୩୯ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୧୬୭୪ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। 

Umasankar Adv
Leave A Reply

Your email address will not be published.