ଆମେରିକା ୨୪ ଘଣ୍ଟାରେ ୬୦ ହଜାର ନୂଆ କରୋନା ପଜିଟିଭ୍‌

ୱାଶିଂଟନ୍‌, ନଭେମ୍ବର ୨୩ : ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଭାଇରସ ମହାମାରୀ ଯୋଗୁଁ ୬୦ ହଜାର ୪୫୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ୮୫ ହଜାର ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ଯୋଗୁଁ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି। ଦିନକ ପୂର୍ବରୁ ଆମେରିକାରେ ୯୫ ହଜାର ୧୫୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୪୯ ହଜାର ୯୯୨ ଜଣ ସୁସ୍ଥ ହୋଇଥିଲା ବେଳେ ୧ ହଜାର ୧୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। 

ଆମେରିକାରେ ଏଯାଏଁ ୪ କୋଟି ୮୭ ଲକ୍ଷ ୧୧ ହଜାର ୨୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୫ ଲକ୍ଷ ୬୩ ହଜାର ୫୧୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୪ ହଜାର ୫୫୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୫୩ ହଜାର ୨୧୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୧ ହଜାର ୮୩୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୯୧୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ୯୮ ଲକ୍ଷ ୮୯ ହଜାର ୯୨୬ ଜଣ କରୋନା ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୮୭ ଲକ୍ଷ ୫୧ ହଜାର ୯୪୫ ଜଣ ସୁସ୍ଥ ହୋଇସାରିଛନ୍ତି। 

Umasankar Adv
Leave A Reply

Your email address will not be published.