ରାମାୟଣ ସର୍କିଟ ଟ୍ରେନ୍‌: ସାଧୁସନ୍ଥଙ୍କ ତୀବ୍ର ବିରୋଧ ପରେ ବଦଳିଲା ୱେଟର୍ସଙ୍କ ପୋଷାକ

ନୂଆଦିଲ୍ଲୀ, ନଭେମ୍ବର ୨୩ : ରାମାୟଣ ସର୍କିଟ ସ୍ବତନ୍ତ୍ର ଟ୍ରେନ୍‌ରେ ସେବା ଦେଉଥିବା ୱେଟର୍ସଙ୍କ ପୋଷାକ ଉପରେ ଉଜ୍ଜୈନର ସାଧୁସନ୍ଥଙ୍କ ଆପତ୍ତି ଆଣିଥିଲେ। ଆଇଆରସିଟିସି ରାମାୟଣ ଏକ୍ସପ୍ରେସ୍‌ରେ ସେବା ଦେଉଥିବା ୱଟେର୍ସଙ୍କ ପୋଷାକ ପରିବର୍ତ୍ତନ କରିଛି। ଆଇଆରସିଟିସି ସୋମବାର ଟୁଇଟ୍‌ କରି ଏହି ସୂଚନା ଦେଇଛି।  ଅଯୋଧ୍ୟା-ରାମେଶ୍ବରମ ଟ୍ରେନ୍‌ରେ କମଳା ରଂଗର ଡ୍ରେସ ପିନ୍ଧି ବାସନ ଉଠାଉଥିବା ୱେଟର୍ସଙ୍କ ଭିଡିଓ ଭାଇରାଲ ହେବା ପରେ, ଉଜ୍ଜୈନର ସନ୍ଥ ସମାଜ ଏହାକୁ ସାଧୁସନ୍ଥଙ୍କର ଅପମାନ ଦର୍ଶାଇଥିଲେ। ଏହାରି ଉପରେ ସେମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥି ସହିତ ଟ୍ରେନ୍‌ ରୋକିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ସନ୍ଥ ସମାଜର ଚେତାବନୀ ପରେ ସୋମବାର ସନ୍ଧ୍ୟାରେ ଆଇଆରସିଟି ରାମାୟଣ ଏକ୍ସପ୍ରେସ ଟ୍ରେନ୍‌ରେ କାର୍ଯ୍ୟରତ ୱେଟର୍ସଙ୍କ ଡ୍ରେସ୍‌ କୋଡ ପରିବର୍ତ୍ତନ କରିଛନ୍ତି। ଆଇଆରସିଟିସି ଟୁଇଟ କରି କହିଛି ଯେ, ଟ୍ରେନ୍‌ର କର୍ମଚାରୀଙ୍କ ଡ୍ରେସ୍‌ ଧନ୍ଦାମୂଳକ ୟୁନିଫର୍ମରେ ପରିବର୍ତ୍ତନ କରାଯାଇଛି। 

gpkandhamal

ଭାଇରାଲ ଭିଡିଓରେ ଟ୍ରେନ୍‌ର ୱେଟର୍ସ ସାଧୁସନ୍ଥଙ୍କ ଭଳି କମଳା ରଂଗର କପଡ଼ା, ଧୋତି, ପଗଡ଼ି  ଋଦ୍ରାକ୍ଷର ମାଳା ପିନ୍ଧି ଖାଦ୍ୟର ବାସନ ଉଠାଉଥିବା ଦେଖାଯାଉଥିଲା। ଉଜ୍ଜେନ ଆଖଡ଼ା ପରିଷଦର ପୂର୍ବତନ ସାଧାରଣ ସଂପାଦକ ପରମହଂସ ଅୱଧେଶ ପୁରୀ ମହାରାଜ କହିଥିଲେ ଯେ, ଏହା ଅପମାନ। ଖୁବ ଶୀଘ୍ର ୱେଟର୍ସଙ୍କ ଡ୍ରେସ୍‌ କୋର୍ଟ ପରିବର୍ତ୍ତନ କରାଯାଉ, ଅଥଚ ଡିସେମ୍ବର ୧୨ରେ ବାହାରିବାକୁ ଥିବା ଅଗାମାୀ ଟ୍ରେନ୍‌କୁ ସନ୍ଥ ସମାଜ ତୀବ୍ର ବିରୋଧ କରିବ ଏବଂ ଟ୍ରେନ୍‌ ସାମ୍ନାରେ ହଜାର ହଜାର ଲୋକ ପ୍ରଦର୍ଶନ କରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ବାହାରୁଥିବା ରାମାୟଣ ଏକ୍ସପ୍ରେସ୍‌ ଟ୍ରେନ୍‌ ୧୭ ଦିନରେ ପର୍ଯ୍ୟଟକଙ୍କୁ ଭଗବାନ ରାମଙ୍କ ସହିତ ଜଡ଼ିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳୀରେ ପହଞ୍ଚିଥାଏ। ଏହି ଟ୍ରେନ୍‌ ୧୭ ଦିନରେ ୭୫୦୦ କିଲୋମିଟର ଯାତ୍ରା କରିଥାଏ। 

Umasankar Adv
Leave A Reply

Your email address will not be published.