WHOର ଚେତାବନୀ ୟୁରୋପର ୫୩ଟି‌ ଦେଶକୁ କରୋନା ଭାଇରସ୍‌ ବିପଦ

ଜେନିଭା, ନଭେମ୍ବର ୨୪ : ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀର ପ୍ରକୋପ କମିଛି। କିନ୍ତୁ ମହାମାରୀ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏବେ କରୋନା ମହାମାରୀକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏକ ନୂଆ ଚେତାବନୀ ଦେଇଛି। ସଂଗଠନ କହିଛି ଯେ, ୟୁରୋପର ୫୩ଟି ଦେଶରେ ଶୀତଋତୁ ପରେ ଆଗାମୀ ବସନ୍ତ ଋତୁ ଯାଏଁ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ। 

gpkandhamal

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପର କାର୍ଯ୍ୟାଳୟ ଡେନମାର୍କର ରାଜଧାନୀ କୋପେନହେଗନରେ ଅବସ୍ଥିତ। ସଂକ୍ରମଣ କମିଥିବା ଏବଂ ଟିକାକରଣ ପରେ ମଧ୍ୟ ରୋଗ ହ୍ରାସ ପାଇ ନଥିବାରୁ ଚିନ୍ତପ୍ରକଟ କରିଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଅଧିକ ସମ୍ବେଦନଶୀଳ ଅଂଚଳରେ ଟିକାର ବୁଷ୍ଟର ଡୋଜ୍‌ ଦିଆଯିବା ଦରକାର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲୋକଙ୍କୁ ଟିକା ନେବା ଏବଂ ସଫାସୁଥରା ରହିବାକୁ ପରାମର୍ଶ ଦେଇଛି। ଏଥି ସହିତ କହିଛି ଯେ, ସାମାଜିକ ଦୂରତା ରକ୍ଷା କରାଯିବା ମାଧ୍ୟମରେ ସଂକ୍ରମଣ ନିୟନ୍ତ୍ରିତ ହୋଇପାରିବ। ସଂଗଠନର ଆଂଚଳିକ ନିର୍ଦ୍ଦେଶକ ଡ. କ୍ଲୁଜେ ଏକ ବୟାନରେ କହିଛନ୍ତି ଯେ, ଆଜି ପୂରା ୟୁରୋପ ଏବଂ ମଧ୍ୟ ଏସିଆରେ କେରାନାର ସ୍ଥିତି ବହୁତ ଗମ୍ଭୀର ଦେଖାଯାଇଛି। ଆମ ପାଖରେ ଆଗାମୀ ଶୀତ ଦିନ ଚ୍ୟାଲେଞ୍ଜ ହେବ। କିନ୍ତୁ ଆମକୁ ସାହସ ରଖିବାକୁ ହେବ। 

Umasankar Adv
Leave A Reply

Your email address will not be published.