ପିକନିକ୍‌ରେ ଯାଉଥିବା ବୋଲେରୋକୁ ଧକ୍କା ଦେଲା ଆଜ୍ଞାତ ଗାଡି,ଘଟଣା ସ୍ତଳରେ ୩ ମୃତ

ବଲାଙ୍ଗୀର, ନଭେମ୍ବର ୨୪ : ବଲାଙ୍ଗୀର-ସୋନେପୁର ରାସ୍ତାରେ ୫୭ ନମ୍ବର ଜାତୀୟ ରାଜପଥ ରାଣ୍ଡା ଛକ ନିକଟରେ ଦୁଖଃଦ ସଡକ ଦୁର୍ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସଦର ବ୍ଲକ ଅନ୍ତର୍ଗତ ନିକଟସ୍ଥ ଗାଁର ଆଠ ଜଣ ଯୁବକ ପିକନିକ୍ କରିବାକୁ ସୋନପୁର ଜିଲ୍ଲାର ଖଣ୍ଡାଧାର ଯାଇଥିଲେ। ବୁଧବାର ଦିନ ସମସ୍ତ ଯୁବକ ବଲାଙ୍ଗୀରକୁ ଫେରୁଥିବା ବେଳେ ଏକ ଅଜ୍ଞାତ ଗାଡି ଏସୟୁଭିରେ ଧକ୍କା ଦେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

gpkandhamal

ଏହି ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚଜଣ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଏକ ଘଟଣାରେ ବୋଲାଙ୍ଗୀର-ସୋନପୁର ରାସ୍ତାର ବେଲବାହାଲି ଛକରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

Umasankar Adv
Leave A Reply

Your email address will not be published.