୫୦ ସ୍ଥାନରେ ପୁଣି ୧୦ ଟଙ୍କାରେ ପ୍ଲାଟଫର୍ମ ଟିକେଟ୍‌

ନୂଆଦିଲ୍ଲୀ, ନଭେମ୍ବର ୨୫ : ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ହ୍ରାସ ପାଇଛି। ରେଳବାଇ ଅଧିକାଂଶ କଟକଣା କୋହଳ କରିସାରିଛି। ନିକଟରେ ରେଳବାଇ ସମସ୍ତ ସ୍ବତନ୍ତ୍ର ଟ୍ରେନ୍‌ ଶେଷ କରି ପୂର୍ବଭଳି ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଏହାରି ମଧ୍ୟରେ କେନ୍ଦ୍ରୀୟ ରେଳପଥ ଏବେ ପ୍ଲାଟଫର୍ମ ଟିକେଟ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ରେଳପଥ ଦ୍ବାରା ଜାରି ଆଦେଶ ଅନୁସାରେ ଏବେ ୫୦ ଟଙ୍କା ସ୍ଥାନରେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା କରି ଦିଆଯାଇଛି। ଆଦେଶ ଅନୁସାରେ ସିଏସଏମଟି, ଦାଦର, ଏଲଟିଟି, ଥାଣେ, କଲ୍ୟାଣ ଏବଂ ପନୱେଲ ରେଳଷ୍ଟେସନରେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା କରି ଦିଆଯାଇଛି। ଏହି ଆଦେଶ ନଭେମ୍ବର ୨୫ ଠାରୁ ଲାଗୁ ହୋଇଛି। 

gpkandhamal

ସୂଚନାଯୋଗ୍ୟ, ରେଳବାଇ କରୋନା ସମୟରେ ରେଳ ପରିଚାଳନା ବନ୍ଦ କରିଦେଇଥିଲା। କିନ୍ତୁ ପରେ କୋଭିଡ ଅବସ୍ଥା ସୁଧୁରିବା ପରେ ଭାରତୀୟ ରେଳ ଧୀରେ ଧୀରେ ଟ୍ରେନ୍‌ ପରିଚାଳନ ସ୍ବାଭାବିକ କରିଛି। ପୂର୍ବରୁ ସମସ୍ତ ଟ୍ରେନ୍‌କୁ ସ୍ବତନ ଶ୍ରେଣୀରେ ରଖାଯାଇଥିଲା। ଟିକେଟ ଦର ବଢ଼ାଇ ବଢ଼ାଇ ଦିଆଯାଇଥିଲା। ରେଳବାଇ କରୋନା ଯୋଗୁଁ ପ୍ଲାଟଫର୍ମ ଟିକେଟ ୫୦ଟଙ୍କା କରିଦେଇଥିଲା।   

Umasankar Adv
Leave A Reply

Your email address will not be published.