ରାଜଧାନୀରେ ଅସୁରକ୍ଷିତ ମହିଳା

ଭୁବନେଶ୍ୱର, ନଭେମ୍ବର ୨୫ : ରାଜଧାନୀ ଭୁବନେଶ୍ୱର ଏବେ ମହିଳାଙ୍କ ପାଇଁ ଅସହ୍ୟ ହୋଇ ପଡିଲାଣି। ଅପରାଧ ଏଠି ସୀମା ଲଘୁଂ ଥିବା ବେଳେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ଦେଶର ଅନ୍ୟ ବଡ଼ ବଡ଼ ସହର ଅପେକ୍ଷା ସ୍ମାର୍ଟସିଟି ଭୁବନେଶ୍ୱରରେ ବଢିଚାଲିଛି ମହିଳା ବିରୋଧୀ ହିଂସା ଓ ନିର୍ଯ୍ୟାତନା। ନୀତି ଆୟୋଗର ଅର୍ବାନ ଇଣ୍ଡେକ୍ସ ଦ୍ୱାରା ସାମ୍ନାକୁ ଆସିଛି ସାଂଘାତିକ୍ ତଥ୍ୟ । ଯେଉଁଥିରେ ରାଜଧାନୀ ଭୁବନେଶ୍ୱରର ପ୍ରକୃତ ସ୍ଥିତି ତଥା ବିଶେଷ ଭାବରେ ମହିଳା ମାନଙ୍କ ପ୍ରତି କେତେ ଅପରାଧ ହେଉଛି ତାହା ବୟାନ୍ କରୁଛି । ରାଜଧାନୀରେ କେବଳ ଯେ ଚୋରୀ, ଡକାୟତୀ ଓ ହତ୍ୟା କରାଯାଉଛି ତାହା ନୁହେଁ ପ୍ରତିଦିନ ଏଇଠି ବିଚ୍ ରାସ୍ତାରେ ମହିଳାଙ୍କ ପ୍ରତି ଅସାଦାଚାରଣ କରାଯାଉଛି, ଅପହରଣ କରାଯାଇ ଦୁଷ୍କର୍ମ କରାଯାଉଛି ମାତ୍ର ଏଦିଗରେ କମିଶନରେଟ୍ ପୋଲିସ୍ ର ସବୁ ପଦକ୍ଷପ ଫେଲ ମାରିଚାଲିଛି ।

gpkandhamal

ପୂର୍ବରୁ ଏନସିଆରବି ରିପୋର୍ଟରେ ଭୁବନେଶ୍ୱରକୁ ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସହର ଦର୍ଶାଯାଇଥିବା ବେଳେ ଏବେ ନୀତି ଆୟୋଗର ଏହି ରିପୋର୍ଟ ରାଜଧାନୀବାସୀଙ୍କ ଚିନ୍ତା ବଢାଇଛି । ରିପୋର୍ଟ ଅନୂଯାଇ ଭୁବନେଶ୍ୱରରେ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରେ ୧୭୦.୬ ଜଣ ମହିଳାଙ୍କ ବିରୋଧରେ ହିଂସା ଭଳି ଅପରାଧ ଘଟୁଛି । ଏହା ସହିତ ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରେ ୨୩.୩୯ ଜଣ ନିଜ ସ୍ୱାମୀଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ।ଅନ୍ୟପଟେ ଶିଶୁ ବା ନାବାଳିକା ମାନଙ୍କ ପ୍ରତି ମଧ୍ୟ ରାଜଧାନୀରେ ଅପରାଧ ଉଗ୍ର ରୂପ ନେଉଛି । ଏଠାରେ ପ୍ରତି ଲକ୍ଷେ ନାବାଳିକାଙ୍କ ମଧ୍ୟରେ ପ୍ରାୟ ୫୫ ଜଣ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ବୋଲି ଜଣାପଡିଛି ।

Umasankar Adv
Leave A Reply

Your email address will not be published.