ଭିମ୍‌ସାରରେ ଆଉ ୪ଟି ହଷ୍ଟେଲ ଓ ଷ୍ଟାଫ୍ କ୍ୱାଟରକୁ ବଫର୍ ଜୋନ୍ ଘୋଷଣା

ଭୁବନେଶ୍ୱର ,ନଭେମ୍ବର 25 : ବୁର୍ଲା ଭିମସାରରେ କରୋନା ବ୍ୟାପିବା ପରେ ୫ ଟି ହଷ୍ଟେଲ୍‌କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ବର୍ତ୍ତମାନ ଆଉ ୪ଟି ହଷ୍ଟେଲ ଓ ଷ୍ଟାଫ୍ କ୍ୱାଟରକୁ ମଧ୍ୟ ବଫର୍ ଜୋନ୍ ଘୋଷଣା କରାଯାଇଛି । ଏନେଇ କଲେଜ୍ କର୍ତ୍ତୁପକ୍ଷଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ସବୁ ହଷ୍ଟେଲ ଓ ଷ୍ଟାପ୍ କ୍ୱାଟର ବୁର୍ଲାର ୬ ନମ୍ବର ୱାର୍ଡ଼ରେ ଅଛି ।ହଷ୍ଟେଲ ଓ ଷ୍ଟାଫ୍ କ୍ୱାଟରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତେବେ ବର୍ତ୍ତମାନ ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭିମସାରର କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ହଷ୍ଟେଲର ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ମଧ୍ୟ କରାଯାଇଛି । ସୁଚନା ଅନୁସାରେ ଆକ୍ରାନ୍ତ ମାନେ ସମସ୍ତେ ଲକ୍ଷଣବିହୀନ ଅଛନ୍ତି । ତେବେ ଅନ୍ୟପଟେ ଏସିଏସ୍ ହେଲ୍‌ଥ ରାଜକୁମାର ଶର୍ମା କହିଛନ୍ତି ରାଜ୍ୟର କରୋନା ସଂକ୍ରମଣ ଉପରେ ନଜର ରଖିଛନ୍ତି ସରକାର । ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ଥଣ୍ଡା ଜ୍ୱର ହେବା ମାତ୍ରେ କରୋନା ପରୀକ୍ଷା କରାନ୍ତୁ , ବର୍ତ୍ତମାନ ଲକ୍ଷଣବୀହିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାଫଳରେ ଆପଣମାନେ ସୁରକ୍ଷିତ ରହିବ ଦ୍ୱାରା ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବେ ।

Leave A Reply

Your email address will not be published.