ନୱାବ ମଲ୍ଲିକ୍‌ଙ୍କୁ ଶକ୍ତ ଝଟକା

ନୁଆଦିଲ୍ଲୀ,ନଭେମ୍ବର 25 : ବଲିଉଡ଼୍ ଅଭିନେତା ଶାହାରୁଖ୍ ଖାନ ଙ୍କ ପୁଅ ଆରୟାନ୍ ଖାନ୍‌ଙ୍କ ବମ୍ବେ ହାଇକୋର୍ଟରୁ ଜାମିନ୍ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପାଇଁ ଅଧିକ ବିପଦ ବଢି ଯାଇଥିଲା । ଏପରି ତାଙ୍କ ବିବାହ,ପରିବାର ଓ ଚାକିରୀକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ଏହି ସବୁ ସମସ୍ୟାରୁ ସମୀରଙ୍କୁ ମୁକ୍ତି ମିଳିଛି । ସମୀରଙ୍କ ପିତାଙ୍କୁ ବମ୍ବେ ହାଇକୋର୍ଟରୁ ମୁକ୍ତି ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କ ଆବେଦନରେ ନୱାବ ମଲ୍ଲିକ୍ ଓ ତାଙ୍କର ପରିବାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ ସେ କୌଣସି ପ୍ରକାର ୱାଙ୍ଖଡ଼େଙ୍କ ପରିବାର ବିରୋଧ ରେ କିଛି ମନ୍ଦ ଟିପଣୀ ଦେଇପାରିବେ ନାହିଁ । ସିଧାସଳଖ କି କୌଣସି ପ୍ରକାର ଇଙ୍ଗିତ ମଧ୍ୟ କରିପାରିବେ ନାହିଁ ।ସୁଚନା ଅନୁସାରେ ୱାଙ୍ଖଡ଼େ ଙ୍କ ପିତା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ଯେ ନୱାବ ମଲ୍ଲିକ୍ ଦ୍ୱାରା ତାଙ୍କର ଓ ତାଙ୍କ ପରିବାରଙ୍କର କୌଣସି ପ୍ରକାର ମିଥ୍ୟା ଅଭିଯୋଗ ନ କରାଯାଉ । ଏଥିପାଇଁ ମଧ୍ୟ ସେ ଅପିଲ୍ କରିଥିଲେ । ତେବେ ବର୍ତ୍ତମାନ ହାଇକୋର୍ଟର ଏପରି ନିଷ୍ପତି ପରେ ନୱାବ ମଲ୍ଲିକ୍‌ଙ୍କୁ ଶକ୍ତ ଝଟକା ଲାଗିଛି ।

gpkandhamal

ତେବେ ଏହି ମାମଲାକୁ ନେଇ ସମୀର ୱାଙ୍ଖଡ଼େ ଓ ନୱାବ ମଲ୍ଲିକଙ୍କ ଓକିଲଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା । କେବଳ ଏତିକି ନୁହେଁ ନୱାବ ମଲ୍ଲିକ୍ ସମୀରଙ୍କ ଭଉଣୀକୁ ଲେଡ଼ି ଡ଼ନ୍ ବୋଲି ସମ୍ବୋଧନ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ପ୍ରକାର କିଛି ଇଂଙ୍ଗିତ ନକରିବାକୁ ହାଇକୋର୍ଟ ତରଫରୁ ନିର୍ଦ୍ଦେଶ ଆସିଛି ।

Umasankar Adv
Leave A Reply

Your email address will not be published.