ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମାନଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ନଭେମ୍ବର ୨୬ : ସମ୍ବିଧାନ ଦିବସ ପାଳନ ଅବସରରେ ଆଜି (ନଭେମ୍ବର ୨୬) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପାର୍ଲାମେଣ୍ଟ ହାଉସ୍‌ର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ସମ୍ବୋଧିତ କରିବେ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କୁ ସଂସଦ ଏବଂ ବିଜ୍ଞାନ ଭବନରେ ସମ୍ବୋଧିତ କରିବେ। 

gpkandhamal

ଆଜାଦୀ କା ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ର ସମ୍ବିଧାନ ଦିବସ ପାଳନ କରୁଛି। ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଲାଇଭ୍‌ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଏଥି ସହିତ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ ହେବ। 

Umasankar Adv
Leave A Reply

Your email address will not be published.