ପେଟ୍‌ କମିନ୍‌ସ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର ନୂଆ କ୍ୟାପଟେନ୍‌

ମେଲବୋର୍ଣ୍ଣ, ନଭେମ୍ବର ୨୬ : ଅଷ୍ଟ୍ରେଲିଆର ୪୭ତମ ଟେଷ୍ଟ କ୍ୟାପଟେନ୍‌ ହୋଇଛନ୍ତି ପେଟ୍‌ କମିନ୍‌ସ। ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ତେବେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ଜଣେ ଦ୍ରୁତ ବୋଲରଙ୍କୁ ଫୁଲ ଟାଇମ୍‌ ଟେଷ୍ଟ ଟିମ୍‌ ପାଇଁ ଅଧିନାୟକ ଦାୟିତ୍ବ ଦେଇଛି। 

୨୮ ବର୍ଷୀୟ କମିନ୍‌ସ ହେଉଛନ୍ତି ୨ୟ ବୋଲର ଭାବେ ଟେଷ୍ଟ କ୍ୟାପଟେନ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ୧୯୫୦ ଦଶନ୍ଧିରେ ରେଜ୍‌ ଲିଣ୍ଡୱାଲଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗୋଟିଏ ଟେଷ୍ଟ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା। ତେବେ ଅଧିନାୟକ ଦାୟିତ୍ବ ମିଳିବା ନେଇ ପେଟ୍‌ କମିନ୍‌ସ ଖୁସି ଅଛନ୍ତି। ଏହି ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବା ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି କମିନ୍‌ସ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ବିଗତ ଦିନରେ ପୂର୍ବତନ ଅଧିନାୟକ ଯେଭଳି ନେତୃତ୍ବ ଦେଇଥିଲେ, ମୁଁ ସେମାନଙ୍କ ପରି କାମ କରିବି। 

Umasankar Adv
Leave A Reply

Your email address will not be published.