ନୋଏଡାରେ ପ୍ରଦୂଷଣର ସ୍ତର AQI ୪୯୩

ନୂଆଦିଲ୍ଲୀ, ନଭେମ୍ବର ୨୬ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠରେ ରହୁଥିବା ଜନତା ଏବେ ପ୍ରଦୂଷଣରେ ଛଟପଟ ହେଉଛନ୍ତି। ପ୍ରଦୂଷଣର ମାତ୍ରା ବଢ଼ିଥିବାରୁ ଦିଲ୍ଲୀର ସବୁ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି। ସେହିପରି ନିର୍ମାଣ କାମରେ ବାଧା ପହଞ୍ଚିଛି।  ନୋଏଡାରେ ପ୍ରଦୂଷଣର ସ୍ତର AQI ୪୯୩ ପହଞ୍ଚିଛି। ଗୁରୁଗ୍ରାମରେ ମଧ୍ୟ ପ୍ରଦୂଷଣ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏଠାରେ ପ୍ରଦୂଷଣର AQI ସ୍ତର ୩୩୬ ଥିବା ବେଳେ ଗାଜିଆବାଦରେ ୩୭୨, ଦିଲ୍ଲୀରେ ୩୮୦ ରହିଛି। 

gpkandhamal

ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ନିର୍ମାଣ କାମ ଉପରେ କଟକଣା ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଘୋଷଣା କରିଛନ୍ତି ଯେ, ଯେଉଁ ଶ୍ରମିକମାନେ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦୦ଟଙ୍କା ଲେଖାଏଁ ଜମା କରାଯିବ। ନିର୍ମାଣ କାମ ଉପରେ ସୁପ୍ରିମକୋର୍ଟ ପୁଣି ଥରେ କଟକଣା ଲଗାଇବା ପରେ ଦିଲ୍ଲୀ ସରକାର ଏହି ଭଳି ନିଷ୍ପତ୍ତି ନେଇଛନ୍ତି।    

Umasankar Adv
Leave A Reply

Your email address will not be published.