ଗତକାଲି ମହାନଦୀରୁ ଉଦ୍ଧାର ହୋଇଥିବା ୩ ଛାତ୍ରଙ୍କ ମିଳିଲା ମୃତ ଦେହ

କଟକ ,ନଭେମ୍ବର 26 : ଗତକାଲି ମହାନଦୀରୁ ଉଦ୍ଧାର ହୋଇଥିବା ୪ଛାତ୍ରଙ୍କ ମଧ୍ୟରୁ ୩ ଛାତ୍ରଙ୍କ ମିଳିଲା ମୃତ ଦେହ । କିନ୍ତୁ ବର୍ତ୍ତମାନ ଏବେ ବି ଜଣେ ଛାତ୍ର ନିଖୋଜ ହୋଇଥିବା ସୁଚନା ମିଳିଛି । କୌଣସି ସୁଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତ ଛାତ୍ରର ନାଁ କ୍ଷେତ୍ରବାସୀ ବେହେରା ଅନ୍ୟ ଦୁଇ ଜଣଙ୍କ ନାଁ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ଗତକାଲି ଭଦିମୁଳ ଘାଟ ନିକଟରେ ଅଘଟଣ ଘଟିଥିଲା । ସମସ୍ତ ଛାତ୍ର କଟକ ପୋତାପୋଖରୀ ଅଚଂଳର ହୋଇଥିବା ସୁଚନା ମିଳିଛି । ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀର ଓ ବୟସ ୧୩ ରୁ ୧୪ ବର୍ଷର ହୋଇଥିବା ସୁଚନା ମିଳିଛି ।

gpkandhamal

ଗତକାଲି ସାଇକେଲରେ ସ୍କୁଲକୁ ଯାଇଥିଲେ ହେଲେ ପରେ ଆଉ ଘରକୁ ଫେରିନଥିଲେ ୪ ଜଣ ଛାତ୍ର । ତେବେ କଣ ପାଇଁ ଏପରି ଦୁର୍ଘଟଣା ଘଟିଲା ?ଛାତ୍ରଙ୍କୁ ନେଇ କିଏ ମହାନଦୀକୁ ଠେଲି ଦେଇଥିଲା ନା ଛାତ୍ର ସମସ୍ତ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସୁଚନା ମିଳି ପାରିନାହିଁଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଁଚି ନଦୀପଠା ମଧ୍ୟକୁ ଏକ ଉଦ୍ଧାରକାରୀ ଦଳକୁ ପଠାଇବା ସହ ଗାନ୍ଧୀ ପଲ୍ଲୀ ବାଲିଗଡ଼ା ପାଖରେ ପଡ଼ିଥିବା ଦୁଇଟି ସାଇକେଲକୁ ଚାଉଳିଆଗଞ୍ଜ ଥାନା ପୁଲିସ ଜବତ କରିଛି।

Umasankar Adv
Leave A Reply

Your email address will not be published.