ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ

ବନେଶ୍ୱର ,ନଭେମ୍ବର 26 : ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ। ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ପଦୋନ୍ନତି ବାତିଲ କରିବା ପୂର୍ବରୁ ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିଲା । ସେ କୋର୍ଟରେ ମଧ୍ୟ ନକଲି ପ୍ରମାଣ ପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି । ଏକ ବିଜ୍ଞପ୍ତିରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଭୟ ମହାନ୍ତିଙ୍କୁ ଅଧ୍ୟାପକ ଭାବରେ ୧୯୯୭ ଜାନୁଆରୀ ମାସ ୨ ତାରିଖରେ ଅବସ୍ଥାପିତ କରାଯାଇଥିଲା ।

ଏଥିପାଇଁ ପେ ସ୍ଲେଲରେ ଦରମା ଦିଆଯାଉଥିଲା। ଅଭୟମହାନ୍ତି କେନ୍ଦ୍ରାପଡ଼ା କଲେଜରୁ ଇଂରେଜୀ ଅଧ୍ୟାପକ ଭାବେ ଅବସର ନେଇଥିଲେ। ପରେ ତାଙ୍କ ନାଁ ରେ ଅଭିଯୋଗ ଆସିଥିଲା ସେ ରିଡର ଭାବେ ରିଟାର୍ଡ କରିଛନ୍ତି। ଏନେଇ ତଦନ୍ତ ଚାଲିଥିଲା। 

Umasankar Adv
Leave A Reply

Your email address will not be published.