ମୁମ୍ବାଇ ଆକ୍ରମଣକୁ ପୂରିଛି ୧୩ ବର୍ଷ

ମୁମ୍ବାଇ, ନଭେମ୍ବର ୨୬ : ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ ପୂରିଛି। ଆଜିର ଦିନରେ ଆତଙ୍କବାଦୀମାନେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଣ୍ଡବ ରଚିଥିଲେ। ଏହି ଦିନକୁ ଭାରତୀୟମାନେ ଭୁଲିପାରିବେ ନାହିଁ। ୨୦୦୮ ନଭେମ୍ବର ୨୬ ତାରିଖ ପୂରା ଦେଶ ମୁମ୍ବାଇ ଆକ୍ରମଣ ଘଟଣାକୁ ନେଇ ଚିନ୍ତିତ ଥିଲା। ତେଣୁ ଏହା ଜାଣିବାର ଅଛି ଯେ, ୧୩ ବର୍ଷ ପୂର୍ବେ ମୁମ୍ବାଇରେ କ’ଣ ହୋଇଥିଲା? ଆତଙ୍କବାଦୀମାନେ କେମିତି ମାୟାନଗରୀକୁ ଶବର ସହର କରିଦେଇଥିଲେ।  ୨୦୦୮ ମସିହା ନଭେମ୍ବର   ୨୬ ତାରିଖ। ଅନ୍ୟ ଦିନ ଭଳି ସେହିଦିନ ମଧ୍ୟ ସନ୍ଧ୍ୟାରେ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଅଚାନକ ସହରର ଏକ ଅଞ୍ଚଳରେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। କାହାରିକୁ ଜଣା ନଥିଲା କେଉଁଠାରୁ ଗୁଳିର ଶବ୍ଦ ବାହାରୁଛି। ମୁମ୍ବାଇ ଆକ୍ରମଣ ଲିୟୋପୋଲ୍ଡ କ୍ୟାଫ ଓ ଛତ୍ରପତି ଶିବାଜୀ ଟର୍ମିନସରୁ ଆରମ୍ଭ ହୋଇଥିଲା। କାହାରିକୁ ଜଣା ନଥିଲା ଯେ, ଏହି ଆକ୍ରମଣ ଏତେ ଭୟଙ୍କର ହେବ। କିନ୍ତୁ ଧୀରେ ଧୀରେ ମୁମ୍ବାଇର ଅନ୍ୟ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। 

gpkandhamal

ଛତ୍ରପତି ଶିବାଜୀ ଟର୍ମିନସରେ ଯାତ୍ରୀମାନଙ୍କୁ ଜଣା ନଥିଲା ଯେ, ଷ୍ଟେସନରେ ଏଭଳି କାଣ୍ଡ ହୋଇପାରିବ। ସେଠାରେ ବହୁ ସଂଖ୍ୟାରେ ଲୋକ ଥିଲେ। ହଠାତ ୨ ଜଣ ଆତଙ୍କବାଦୀ ପହଞ୍ଚିଥିଲେ। ସେମାନେ ଆଖି ବନ୍ଦ କରି ଗୁଳି କରିଥିଲେ। ନିମିଷକ ମଧ୍ୟରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଲୋକେ ଏଣେତେଣ ପଳାୟନ କରିବାରେ ଲାଗିଲେ। ଶତାଧିକ ଲୋକ ଆହତ ହୋଇଥିଲେ।  ଛତ୍ରପତି ଶିବାଜୀ ଟର୍ମିନସ ବ୍ୟତୀତ ଆତଙ୍କବାଦୀମାନେ ତାଜ ହୋଟେଲ, ହୋଟେଲ ଓବେରାୟ, ଲିୟୋପୋଲ୍ଡ, କାମା ହସ୍ପିଟାଲ ଓ ଦକ୍ଷିଣ ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଆକ୍ରମଣ କରିଥିଲେ। ବିଳମ୍ବିତ ରାତି ଯାଏଁ ଆତଙ୍କବାଦୀମାନେ ତାଣ୍ଡବ ରଚିଥିଲେ। ସେଦିନି ଆତଙ୍କବାଦୀମାନେ ତାଜ ହୋଟେଲକୁ ଟାର୍ଗେଟ କରିଥିଲେ। ଅତିଥିଙ୍କୁ ବନ୍ଧକ ରଖିଥିଲେ। ଏଥିରେ ୭ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ। ମୁମ୍ବାଇ ଆକ୍ରମଣରେ ମୋଟ ୧୩୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

Umasankar Adv
Leave A Reply

Your email address will not be published.