ଦ.ଆଫ୍ରିକାରେ କୋଭିଡ-୧୯ର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ କଲେ ଆଲର୍ଟ

ନୂଆଦିଲ୍ଲୀ, ନଭେମ୍ବର ୨୬: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି। ଏହି କାରଣରୁ ପୂରା ଦେଶରେ ମୋଟ ୧୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ଭ୍ୟାରିଆଣ୍ଟର ସଂକ୍ରମଣ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାର ସରକାର ଘରୋଇ ପରୀକ୍ଷାଗାର ସମେତ ବଡ଼ଧରଣର ଏହି ଭ୍ୟାରିଆଣ୍ଟ ଦ୍ବାରା ପୀଡିତ ସଂକ୍ରମିତଙ୍କ ଚିହ୍ନଟ କରୁଛନ୍ତି। ତେବେ ଦକ୍ଷିଣ ଆଫ୍ରିକାରେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ସ୍ବାସ୍ଥ୍ୟ ସଚିବ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉ ବୋଲି କହିଛନ୍ତି। 

gpkandhamal

NICD କହିଛି ଯେ, ଏହି ନୂଆ କରୋନା ଭାଇରସ୍‌ ଭ୍ୟାରିଆଣ୍ଟର ନାମ B.1.1.529। ଦକ୍ଷିଣ ଆଫ୍ରିକାର ସରକାର NGS-SAର ସଦସ୍ୟ ସରକାରୀ ପରୀକ୍ଷାଗାର ଓ ଘରୋଇ ପରୀକ୍ଷାଗାରକୁ ଜରୁରୀକାଳୀନ ଜୀନୋମ ସିକ୍ୟୋନ୍ସ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ବାରା ଭ୍ୟାରିଆଣ୍ଟ କେତେ ସଂକ୍ରାମକ ଜଣାପଡ଼ିବ। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଙ୍କୁ ପତ୍ର ଲେଖି କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଭିଜା ସଂପର୍କିତ ଏବଂ ଦେଶରେ ଆସିବାକୁ ଥିବା କଟକଣା ସଂପର୍କିତ ଅସୁବିଧା ବଢ଼ିପାରେ। ଏଥି ପାଇଁ ସମସ୍ତ ରାଜ୍ୟ ବାହାର ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାନ୍ତୁ। ଶ୍ରୀ ଭୂଷଣ କହିଛନ୍ତି ଯେ, ଯେଉଁ ଲୋକ ବିଦେଶରୁ ଆସୁଛନ୍ତି, ସେମାନେ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ। ଯଦି କେହି ଦକ୍ଷିଣ ଆଫ୍ରିକା, ବୋତ୍ସାୱାନା ଓ ହଙ୍ଗକଙ୍ଗରୁ ଆସୁଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ନିହାତି ଆବଶ୍ୟକ। 

Umasankar Adv
Leave A Reply

Your email address will not be published.