ମେଘାଳୟରେ କଂଗ୍ରେସକୁ ବଡ଼ ଝଟକା

ନୂଆଦିଲ୍ଲୀ, ନଭେମ୍ବର ୨୫ : ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା, ରାଜ୍ୟର ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୧ ଜଣଙ୍କ ସହିତ ଆଜି ପଶ୍ଚିମବଙ୍ଗର ଶାସକ ଦଳ ତଥା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।ଏହାର ଗୋଟିଏ ଦିନ ପୂର୍ବରୁ ମେଘାଳୟର ବିଧାୟକମାନେ ବୁଧବାର ରାତି ପ୍ରାୟ ୧୦ ଟା ସମୟରେ ବିଧାନସଭା ବାଚସ୍ପତି ମେଟବା ଲିଙ୍ଗଡୋଙ୍କୁ ଏକ ଚିଠି ଲେଖିଥିଲେ ବୋଲି ସୂଚନା ମିଳିଥିଲା ଯାହା ପରେ ମେଘାଳୟରେ କଂଗ୍ରେସରେ ଏକ ବଡ଼ ପରିବର୍ତ୍ତନ ଆଶଙ୍କା କରାଯାଉଥିଲା ।ତେବେ ସବୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମା ଓ ଅନ୍ୟ ୧୧ କଂଗ୍ରେସ ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି ।

gpkandhamal

ମେଘାଳୟ ହେଉଛି ସର୍ବଶେଷ ରାଜ୍ୟ ଯେଉଁଠାରେ ଗତ ଦୁଇମାସ ମଧ୍ୟରେ ଟିଏମସି ନିଜର ଆଧିପତ୍ୟ ଜମାଇ ପାରିଛି । ଯାହା କଂଗ୍ରେସ ପାଇଁ ଏବେ ସବୁଠାରୁ ବଡ଼ ମୁଣ୍ଡ ବିନ୍ଧା ପାଲଟିଛି । ଦେଶରେ କଂଗ୍ରେସ ସ୍ଥିତି ଶୋଚନୀୟ ହେଉଥିବା ବେଳେ ମେଘାଳୟ କଂଗ୍ରେସ ହାତରେ ରହିଥିଲା ମାତ୍ର ବର୍ତ୍ତମାନ ସେଠାରେ ଟିଏମସି ମୁଖ୍ୟ ବିରୋଧୀ ଗାଦି ହାତେଇ ସାରିଛି । ଯାହା କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛି ବୋଲି କହିଲେ ଭୁଲ ହେବ ନାହିଁ ।

Umasankar Adv
Leave A Reply

Your email address will not be published.