ବାଂଲାଦେଶର ଚଟଗାଁରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, ନଭେମ୍ବର ୨୬: ବାଂଲାଦେଶର ଚଟଗାଁରେ ଆଜି ଭୋର ସକାଳୁ ଭୂକମ୍ପର ଝଟକା ଦେଖିବାକୁ ମିଳିଛି। ୟୁରୋପୀୟ-ଭୂମଧ୍ୟ ଭୂକମ୍ପ କେନ୍ଦ୍ର ଅନୁସାରେ ଭୂକମ୍ପ ବାଂଲାଦେଶର ଚଟଗାଁ (ମ୍ୟାମାର-ଭାରତ ସୀମା) ଠାରୁ ୧୭୫ କିମି ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା୬.୩ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି।  

gpkandhamal

ତେବେ ସକାଳ ୫ଟା ୧୫ରେ ହୋଇଥିବା ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। କିନ୍ତୁ ଏତିକି କୁହାଯାଇ ପାରିବ ଯେ, ଯଦି ଜନବସତି ଥିବା ସ୍ଥାନରେ ଏହି ଭୂକମ୍ପ ହୋଇଥାଏ, ତା’ହେଲେ କ୍ଷତି ହୋଇଥାଇ ପାରେ। 

Umasankar Adv
Leave A Reply

Your email address will not be published.