ଓଡିଶାକୁ ପୁଣି ବାତ୍ୟାର ଭୟ

ଭୁବନେଶ୍ୱର, ନଭେମ୍ବର ୨୭ : ଡିସେମ୍ବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ୩ତାରିଖରୁ ୫ ତାରିଖ ଭିତରେ ଉପକୂଳରେ ମାଡ ହୋଇପାରେ । ଏହା ଓଡିଶା କିମ୍ବା ଆନ୍ଧ୍ରରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବିଭିନ୍ନ ପାଣିପାଗ ମଡେଲ ଏଭଳି ପ୍ରାକ୍ ସଙ୍କେତ ଦେଖାଇଛନ୍ତି । ମାତ୍ର ଏହା ଦିନେ କି ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବ । ଯଦି ଓ ବାତ୍ୟା ନହୁଏ ତଥାପି ୩ରୁ ୬ ତାରିଖ ଯାଏଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଏହାସହିତ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇପାରେ । ସମ୍ଭାବ୍ୟ ଲଘୁଚାପ  ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ।  ଏହା ଆନ୍ଧ୍ର କିମ୍ବା ଓଡିଶା ଉପକୂଳ ଛୁଇଁବ । ୩ ତାରିଖ ରାତିରେ ୪ ତାରିଖ ସକାଳ ଭିତରେ ଏହା ଅବପାତ ଅବସ୍ଥାରେ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ଓଡିଶା ଦେଇ ପଶ୍ଚିମବଙ୍ଗକୁ ଗତି କରିବ । ପ୍ରଭାବରେ ଗଞ୍‌ଡାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ୩ରୁ ୬ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

Leave A Reply

Your email address will not be published.