ଦିଲ୍ଳୀରେ ଆଜିଠୁ କେବଳ ସିଏନ୍‌ଜି ଓ ଇଲେକ୍ଟ୍ରି ବାହନକୁ ଅନୁମତି

ନୂଆଦିଲ୍ଲୀ, ନଭେମ୍ବର ୨୭ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠରେ ବାୟୁ ପ୍ରଦଷଣ ଏବେ ବଡ଼ ସମସ୍ୟା ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ପେଟ୍ରୋଲ ଓ ଡିଜେଲ ଦ୍ବାରା ପରିଚାଳିତ ଯାନବାହନ ଉପରେ କଟକଣା ଲଗାଇଛନ୍ତି। ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ଥିବା ବେଳେ ନିର୍ମାଣ କାମ ମଧ୍ୟ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାର ଆଜି ଠାରୁ ସହର ମଧ୍ୟରେ କେବଳ ସିଏନ୍‌ଜି ଓ ଇଲେକ୍ଟ୍ରି ଯାନବାହନର ପ୍ରବେଶକୁ ଅନୁମତି ଦେଇଛନ୍ତି। ଡିସେମ୍ବର ୩ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ ଗାଡ଼ ଚଳାଚଳ ବନ୍ଦ ରହିବ। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ନଭେମ୍ବର ୨୭ ତାରିଖ ଠାରୁ କେବଳ ସିଏନ୍‌ଜି ଓ ଇଲେକ୍ଟ୍ରିବାହନ ପରିଚାଳିତ ହୋଇପାରିବ। ଅନ୍ୟ ଇନ୍ଧନ ତଥା ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ। ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଳୀରେ ସ୍କୁଲ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୨୯ରୁ ପୁଣି ଥରେ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସରକାର ପ୍ରଦୂଷଣ ବିହୀନ ନିର୍ମାଣ କାମ ଯଥା ଇଣ୍ଟରିୟର ଡେକୋରେଶନ, ଇଲେକ୍ଟ୍ରି କାମ ଓ ପାଇପ୍‌ କାମକୁ ଅନୁମତି ଦେଇଛନ୍ତି। କିନ୍ତୁ ଗୃହ ନିର୍ମାଣ, ରାସ୍ତାକାମ ଆଦି ଉପରେ କଟକଣା ଲଗାଇଛନ୍ତି।  

Umasankar Adv
Leave A Reply

Your email address will not be published.