୨୪ ଘଣ୍ଟାରେ ବ୍ରିଟେନ୍‌ରେ ୫୦ ହଜାର ନୂଆ କରୋନା ପଜିଟିଭ୍‌

ବ୍ରିଟେନ୍‌/ମସ୍କୋ, ନଭେମ୍ବର ୨୭ : କରୋନା ଭାଇରସ୍‌ ମହାମାରୀର ନୂଆ ଭ୍ୟାରିଆଣ୍ଟ ବ୍ରିଟେନ୍‌, ଋଷିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଆମେରିକାର ଚିନ୍ତା ବଢ଼ାଇଛି। ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୬୦ ଜଣଙ୍କର ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ଋଷିଆରେ ୧୨୩୫ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୪ ହଜାର ୬୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାବାସୀଙ୍କୁ କରୋନା ଭାଇରସ ମହାମାରୀ ସାମାନ୍ୟ ଆଶ୍ବସ୍ତି ଦେଇଛି। ଏହି ସମୟ ମଧ୍ୟରେ ୩୧ ହଜାର ୪୫୪ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪ ହଜାର ୬୦୩ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୨୯୮ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଆମେରିକାରେ ୯୫ ହଜାର ୧୫୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୪୯ ହଜାର ୯୯୨ ଜଣ ସୁସ୍ଥ ହୋଇଥିଲା ବେଳେ ୧ ହଜାର ୧୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଆମେରିକାରେ ଏଯାଏଁ ୪ କୋଟି ୯୦ ଲକ୍ଷ ୪୪ ହଜାର ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୮ ଲକ୍ଷ ୩୬ ହଜାର ୪୩୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୯ ହଜାର ୮୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୪ ଲକ୍ଷ ୮ ହଜାର ୬୯୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୩୦୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

Leave A Reply

Your email address will not be published.