ଅନ୍ୟ ଜାତିରେ ବିବାହ କଲେ ମିଳିବ ୫ ଲକ୍ଷ ଟଙ୍କା

ଗୁଆହାଟୀ, ନଭେମ୍ବର ୨୭ : ସାମାଜିକ ଭେଦଭାବକୁ ଶେଷ କରିବା ପାଇଁ ଆସାମ ସରକାର ଅନ୍ୟଜାତିରେ ବିବାହ ଯୋଜନାକୁ ଅଧିକ ପ୍ରେତ୍ସାହନ ଦେଇଛନ୍ତି। ସରକାର ଏଥି ପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  ଅନୁସୂଚିତ ଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନିକଟରେ ଆରମ୍ଭ ହୋଇଥିବା ଇଣ୍ଟରକାଷ୍ଟ ମ୍ୟାରେଜ୍‌ ଯୋଜନାରେ ୧୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯିବ। ଅଧିକାରୀଙ୍କ କହିବା ଅନୁସାରେ ଯୋଜନାରୁ ଯେଉଁମାନେ ଲାଭ ପାଇପାରିବେ, ସେମାନେ ୨୦୧୯ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ବିବାହ କରିଥିବା ଦରକାର ଏବଂ ଦମ୍ପତ୍ତିଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥିବା ଦରକାର।  ଯୋଜନାରୁ ହିତାଧିକାରୀ ହେବା ପାଇଁ ଅନ୍ୟ ଏକ ସର୍ତ୍ତ ହେଲା ଯେ, ପତି ଅଥବା ପତ୍ନୀଙ୍କ ମଧ୍ୟରୁ କେହି ଜଣେ ଅନୁସୂଚିତ ଜାତ ଓ ଅନ୍ୟ ଜଣେ ସାଧାରଣ ଜାତି ହୋଇଥିବା ଦରକାର।  ସମାଜରେ ଦେଖାଯାଇଥାଏ ଯେ, ନିଜ ସନ୍ତାନ-ସନ୍ତତିମାନେ ଅନ୍ୟ ଜାତିରେ ବିବାହ କରୁଥିଲେ ଅନେକ ପରିବାର ଏହାକୁ ଅସ୍ବୀକାର କରନ୍ତି। ଏହା ଦ୍ବାରା ଆତ୍ମହତ୍ୟା ସମେତ ଅନେକ ସମସ୍ୟା ଦେଖାଯାଇଥାଏ। ଅଧିକାରୀ କହିଛନ୍ତି ଯେ, ଏହି ଯୋଜନା ସଦଭାବ, ସକରାତ୍ମକ ମାନସିକତା ଓ ସାମାଜିକ ସନ୍ତୁଳନର ଭାବନାକୁ ପ୍ରୋତ୍ସାହିତ କରିବ। 

Leave A Reply

Your email address will not be published.