ତାରିଣୀ ଦର୍ଶନ ପାଲଟିଲା ଶେଷ ଦର୍ଶନ

ଟାଙ୍ଗୀ, ନଭେମ୍ବର ୨୭: ତାରିଣୀ ଦର୍ଶନ ପାଲଟିଲା ଶେଷ ଦର୍ଶନ । ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ହୋଇଛନ୍ତି । ମୃତକ ୩ ଜଣ ହେଲେ ଗଙ୍ଗାଧର ମହାରଣା, ଲୋଇଦାସ ଓ ପ୍ରମିଳା ବେହେରା । ଅନ୍ୟ ଗୁରୁତରମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଖୋର୍ଦ୍ଧା ବାଲୁଗାଁ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ସୂଚନା ଅନୁସାରେ, ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ ଜଣ ବ୍ୟକ୍ତି ଏକ ବସ୍ ଯୋଗେ ତୀର୍ଥ ଭ୍ରମଣରେ ବାହାରି ଘଟଗାଁ ତାରିଣୀ ପୀଠରୁ ବୁଲି ଘରକୁ ଫେରିଥିଲେ । ତେବେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖୋର୍ଦ୍ଧା ବାଲୁଗାଁ ଓଭରବ୍ରିଜ ନିଟକରେ ଯାତ୍ରୀ ବାହୀ ବସ୍ ଓ ଟକ ମଧ୍ୟରେ ଧକ୍କା ହୋଇଥିଲା । ବସଟି ଅଟକି ରହି ଯାତ୍ରୀମାନେ ପରିସ୍ରା କରିବା ବେଳେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା । ଯାହାଦ୍ୱାରା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୋଟ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ମୋଟ ଦୁର୍ଘଟଣାରେ ୩ ଜମହ୍‌କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣଙ୍କ ଆହତ ହୋଇଛନ୍ତି । 

Leave A Reply

Your email address will not be published.