କର୍ଣ୍ଣାଟକ: ପୁଣି ୧୧୬ ମେଡିକାଲ କଲେଜ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ଧରୱାଡ, ନଭେମ୍ବର ୨୭ :  କର୍ଣ୍ଣାଟକର ଧରୱାଡରେ ପୁଣି ଥରେ ୧୧୬ ଜଣ ମେଡିକାଲ କଲେଜ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମେଡିକାଲ କଲେଜ ପରିସରରୁ ଏପର୍ଯ୍ୟନ୍ତ ମୋଟ ୧୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। କର୍ଣ୍ଣାଟକର ଧରୱାଡସ୍ଥିତ ଏସ୍‌ଡିଏମ୍‌ କ‌ଲେଜ ଅଫ୍‌ ମେଡିକାଲ ସାଇନ୍ସସେସ୍‌ ଏବେ କୋଭିଡ କ୍ଲଷ୍ଟରର ରୂପ ନେଇଛି। ଏଠାରେ ଦିନକ ପୂର୍ବରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଏବେ ଏହି ସଂଖ୍ୟା ୧୮୨ରେ ପହଞ୍ଚିଛି। ଗତ ୧୭ ତାରିଖରେ ଛାତ୍ରଛାତ୍ରୀମାନେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖାଯାଇ ନାହିଁ। ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଶନିବାର ୪୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬ ଜଣଙ୍କର ମୃତ୍ୟୁ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୨୭୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୬୧୧ ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୯୪ ହଜାର ୯୬୩କୁ ବୃଦ୍ଧି ପାଇଛି। 

Leave A Reply

Your email address will not be published.