ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର, ନଭେମ୍ବର ୨୯: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଧନୀଭୂତ ହୋଇ ୨ ତାରିଖରେ ଡିପ୍ରେସନରେ ପରିଣତ ହୋଇପାରେ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ତ୍ରୀବତା କେତେ ରହିବ ତାହା ଆନୁମାନ କରାଯାଇନାହିଁ । ମାତ୍ର ଡିପ୍ରେସନରେ ପରିଣତ ହେବା ପରେ ସବୁ ଚିତ୍ର ସ୍ପଷ୍ଟ ହେବ । ଏହାର ପ୍ରଭାବରେ ୩ ତାରିଖରୁ ଉପକୂଳ ଓଡିଶାରେ ବର୍ଷାର ପରିଣାର ବୃଦ୍ଧି ହୋଇପାରେ । ୪ କିମ୍ବା ୫ ତାରିଖରେ ଆନ୍ଧ୍ର କିମ୍ବା ଓଡିଶା ଉପକୂଳ ଛୁଇଁପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶିପାଳକଙ୍କ ଆକଳନ ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଗ ଅନୂକୂଳ ରହିଛି । ଆନ୍ଧ୍ରର ମଛଲିପଟ୍ଟନମରୁ ବିଶାଖାପାଟଣା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁପାରେ । ଯଦି ମଛଲିପଟ୍ଟନମରେ ସ୍ଥଳଭାଗ ଛୁଇଁବ, ତେବେ ୪ ତାରିଖ ହୋଇଯିବ । ସେହିପରି ଯଦି ବିଶାଖାପଟଣା ପାଖରେ ସ୍ଥଳଭାଗ ଛୁଇଁବ ତେବେ ୫ ତାରିଖ ହୋଇଯିବ । ଏହାର ପ୍ରଭାବ ଓଡିଶାରେ ବି ଅନୁଭୂତ ହେବ । ମାତ୍ର ବାତ୍ୟା ଦିଗ ବଦଳାଇଲେ ଓଡିଶାକୁ ମୁହାଁଇବା ସମ୍ଭାବନାକୁ ଏଡାଇ ଦିଆଯାଇନାପାରେ । ଏହାସହିତ ଆଉ ଦିନେ କି ଦୁଇ ଦିନ ପରେ ଚିତ୍ର ସ୍ପଷ୍ଟ ହେବ ଯେ ବାତ୍ୟା ହେବ କି ନାହିଁ । ତଥାପି ଓଡିଶାରେ ପାଗରେ ପରିବର୍ତ୍ତନ ଆସିବ । ଅନାପଟେ ରାଜ୍ୟରେ ଶୀତର ପ୍ରକୋପ  ଦେଖାଦେଲାଣି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି ।  

Leave A Reply

Your email address will not be published.